ପୂଜାସଂଖ୍ୟାର ଯଥାର୍ଥତା

ତେବେ ସେ ଯାହା ହେଉ, ଆମ ପତ୍ରିକାର ଚଳିତ ସଂଖ୍ୟାଟିକୁ ଆମେ ଏକ ପୂଜାସଂଖ୍ୟା ଭାବରେ ପ୍ରକାଶ ନ କରି, ସଂପୃକ୍ତ ମାସଟିର ନାମାନୁସାରେ ଅକ୍ଟୋବର ସଂଖ୍ୟା ଭାବରେ ହିଁ ଉପସ୍ଥାପନ କରିଛୁ, ଯଦିଓ ପାର୍ବଣ ଋତୁର ମିଜାଜକୁ ଦୃଷ୍ଟିରେ ରଖି ଦେବୀ ଉପାସନା ସମ୍ପର୍କୀୟ ରଚନା ମଧ୍ୟ ଏଥିରେ ସ୍ଥାନିତ ହୋଇଛି।
କିଛିଦିନ ତଳେ ‘ଆସନ୍ତାକାଲି’ ପତ୍ରିକାର ଶେଷତମ ସମ୍ପାଦକ, ବର୍ଷୀୟାନ ସ୍ରଷ୍ଟା ଶ୍ରୀଯୁକ୍ତ କାଳୀଚରଣ ଦାସଙ୍କ ସହିତ ଆମକୁ ଯେତେବେଳେ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଲା, ଆମେ ତାଙ୍କୁ ସ୍ୱତଃ ଗୋଟିଏ ପ୍ରଶ୍ନ ପଚାରିବସିଲୁ: “ଆପଣଙ୍କ ପତ୍ରିକା ତ ପ୍ରାୟ ୭୫ ବର୍ଷ ତଳେ ଓଡ଼ିଶାରେ ପୂଜାପତ୍ରିକାର ମୂଳଦୁଆ ପକାଇଥିଲା; ତେବେ କୁହନ୍ତୁ, ଏହି ପରମ୍ପରା ଏବେ ଯେଉଁ ସ୍ଥିତିରେ ଆସି ପହଞ୍ଚିଛି, ତାହାର କିଛି ଯଥାର୍ଥତା ଥିବାର ଆପଣ ମନେକରନ୍ତି କି?” ଏଥିକୁ ତାଙ୍କର ସ୍ପଷ୍ଟ ଉତ୍ତର ଥିଲା, “ନା, ଏହାର କିଛି ଯଥାର୍ଥତା ନାହିଁ। ଏତେଗୁଡ଼ିଏ ପତ୍ରିକା ଏକାଥରେ କିଏ ପଢ଼ୁଛି? ଦୁର୍ଗାପୂଜା ଅବସରରେ ପୂଜାସଂଖ୍ୟା ପ୍ରକାଶ କରିବାର ପ୍ରାସଙ୍ଗିକତା ସେତେବେଳେ ଯେମିତି ଥିଲା, ଏବେ ଆଉ ତାହା ନାହିଁ।” ତାଙ୍କର ଏହି ମତ … >ଆଗକୁ ପଢନ୍ତୁ >