ମାଦଳାପାଞ୍ଜି – ସେବେ ଓ ଏବେ

ତେବେ ପରୋକ୍ଷରେ ଏହି କରଣ-ସେବକମାନେ ଯେହେତୁ ପୁରୀର ରାଜାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ, ସେମାନେ ତାଙ୍କୁ ସୁହାଇଲା ଭଳି ପ୍ରକରଣମାନ ପାଞ୍ଜିରେ ଲିପିବଦ୍ଧ କରିଥିବା ଅସମ୍ଭବ ନୁହେଁ। ରାଜା ରାମଚନ୍ଦ୍ର ଦେବଙ୍କୁ ସେଥିରେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବରେ ଆଖ୍ୟାୟିତ କରାଯାଇଛି ଏବଂ ପୂର୍ବବର୍ତ୍ତୀ କତିପୟ ଶାସକଙ୍କ ଛବିରେ ଆଞ୍ଚ ଆଣୁଥିବା ଭଳି କିଛି ତଥ୍ୟ ମଧ୍ୟ ସେଥିରେ ସ୍ଥାନ ପାଇଛି।
ମାଦଳା ପାଞ୍ଜିରେ ମୁଖ୍ୟତଃ ତିନି ପ୍ରକାର ସୂଚନା ଲିପିବଦ୍ଧ ହେଉଥିଲା; ଶ୍ରୀମନ୍ଦିରର ବିଧିବ୍ୟବସ୍ଥା, ସମକାଳୀନ ରାଜନୈତିକ ସ୍ଥିତି ତଥା ସାମାଜିକ ଘଟଣାବଳୀ। ଏହି କ୍ରମରେ ଆମ ଭାଷା ଓ ସାହିତ୍ୟର ଏକ ମୂଲ୍ୟବାନ ସୂଚକ ଭାବରେ ନିଜର ଭୂମିକା ନିଭାଉଥିଲା ମାଦଳାପାଞ୍ଜି। ତଥାପି ଏହାର ପ୍ରକୃତ ସ୍ୱରୂପକୁ ନେଇ ଆଲୋଚକମାନଙ୍କ ମଧ୍ୟରେ ମତଦ୍ୱୈଧ ରହିଛି। ବିଶିଷ୍ଟ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ‘ମାଦଳାପାଞ୍ଜି’ ବହିର ଅଗ୍ରଲେଖରେ ଏ ସମ୍ପର୍କରେ ମତ ଦେଇ … >ଆଗକୁ ପଢନ୍ତୁ >