ବହିର କାର୍ବନ୍ ରେଟିଂ

ଏହି ଶିରୋନାମା ହୁଏତ ପାଠକଙ୍କୁ ଆଚମ୍ବିତ କରୁଥାଇପାରେ ଏବଂ ସେମାନେ ଭାବୁଥାଇପାରନ୍ତି ଯେ ବହି ବା ସାହିତ୍ୟକୁ ଆମେ ଏବେ କେଉଁ ଏକ ଭିନ୍ନ ଦୁନିଆକୁ ଘେନିଗଲେଣି! ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏହି ତତ୍ତ୍ୱଟି ତିନୋଟି ଦିଗର ଏକ ମିଶ୍ରଣ; (୧) ସର୍ଜନ କଳା (ବହି), (୨) ବିଜ୍ଞାନ (କାର୍ବନ୍‌) ଓ (୩) ହିସାବ ଶାସ୍ତ୍ର (ରେଟିଂ)। ବର୍ତ୍ତମାନ ବହି ଓ ପତ୍ରପତ୍ରିକାମାନଙ୍କ ଜରିଆରେ ପ୍ରକାଶିତ ହେଉଥିବା ଜ୍ଞାନ ଓ ସାହିତ୍ୟର ଭଣ୍ଡାରକୁ ବିବେଚନା କରିବାର ଏକ ନୂଆ ଆଧାର ଭାବରେ ମୁଣ୍ଡ ଟେକିଛି ଏହି କାର୍ବନ୍ ରେଟିଂ ପ୍ରଣାଳୀ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ବହିମାନଙ୍କର ବର୍ଗୀକରଣ କରାଯାଉଛି ଏହି ନୂଆ ପଦ୍ଧତିରେ। ଗୋଟିଏ ତଥ୍ୟ ପ୍ରତି ଲକ୍ଷ୍ୟ କରାଯାଉ। ୩୬୦ ପୃଷ୍ଠାର ବନ୍ଧେଇ ହୋଇଥିବା ଏକ ବହିର ‘କାର୍ବନ୍ ଡାଇଅକ୍ସାଇଡ୍ ଇକୁଇଭାଲେଣ୍ଟ ରେଟିଂ’ (ଯାହାକୁ ଉଙ୨ରରେ ପ୍ରକାଶ କରାଯାଏ) ହେଉଛି ୧.୨ କିଲୋ। ସେହିପରି ବନ୍ଧେଇ ହୋଇନଥିବା ଗୋଟିଏ ପେପରବ୍ୟାକ୍ ବହିର ରେଟିଂ ହେଉଛି ୧.୦ କିଲୋ। ଅର୍ଥାତ୍ ବହିଟି ଯେତିକି କମ୍ ଓଜନର ହେବ ବା ଯେତିକି ଛୋଟ ଆକାରର ହେବ ତାହାର କାର୍ବନ୍ ରେଟିଂ ସେତିକି କମ୍ ହେବ। ସେହି ବହିକୁ ଯଦି ଥରେ ଗୋଟିଏ ଇ-ବୁକ୍ କିମ୍ବା ଡିଜିଟାଲ୍ ବହି ଭାବରେ ପଢ଼ାଯାଏ ତେବେ ତାହାର ରେଟିଂ ଆହୁରି କମ୍ ହେବ। ବହିଟିଏ ଗଢ଼ିବା ପାଇଁ କେତେକ ପରିମାଣରେ ଗଛ କଟାଯିବା ଆବଶ୍ୟକ ହୋଇଥାଏ, ସେଥିପାଇଁ କେତେ ବିଦ୍ୟୁତ୍ ବିନିଯୋଗ ହୋଇଥାଏ, ତାହାର ପରିବହନରେ କେତେ ପରିମାଣର ଡିଜେଲ୍ ବ୍ୟୟ ହୁଏ, ଇତ୍ୟାଦି ସବୁଥିର ହିସାବ କରାଯାଏ ଗୋଟିଏ ବହିର କାର୍ବନ୍ ରେଟିଂ ନିର୍ଣ୍ଣୟ କରିବାବେଳେ। ଅର୍ଥାତ୍ ମୋଟା ଆକାରର ବହିଟିଏ ଛପାଇ ତାହାକୁ ପାଠକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ଆମେ ପର୍ଯ୍ୟାବରଣର ଯେତିକି କ୍ଷତି କରୁ, ସରୁ ବହିଟିଏ ପାଇଁ ସେତିକି କରୁନା। ଗୋଟିଏ ବହିକୁ ଥରଟିଏ ଡିଜିଟାଲ ବା ଇ-ବୁକ୍ ରୂପରେ ପଢ଼ିଲେ ମଧ୍ୟ କମ୍ କାର୍ବନ ଉତ୍ସର୍ଜନ ହୁଏ। ଇ-ବୁକ୍ ପାଇଁ ବ୍ୟବହୃତ ହେଉଥିବା ବିଜୁଳି ଓ ଏହାକୁ ପଢ଼ିବା ପାଇଁ ଆବଶ୍ୟକ ହେଉଥିବା ଉପକରଣଗୁଡ଼ିକର ନିର୍ମାଣ ବେଳେ ସୃଷ୍ଟି ହେଉଥିବା … >ଆଗକୁ ପଢନ୍ତୁ >

Leave a Reply

Your email address will not be published. Required fields are marked *