ବୀରାଧିବୀରବର ମହାକେଶରେଶ୍ୱର ଶିମିଳିପାଳେଶ୍ୱର, ସିଂହ ମହାରାଜାଙ୍କର ରାଜୁତି ସମୟର କଥା । ତାଙ୍କ ରାଜ୍ୟରେ ଗଧଟିଏ ଚାକିରୀ ବାକିରି ନପାଇ ମହାଦୁଃଖରେ କାଳାତିପାତ କରୁଥିଲା । ଦିନେ ଦରବାରୀ ଘୋଟକଙ୍କ ସହିତ ଗଧଟିର ବାଟରେ ଭେଟ ହେଲା । ଘୋଡାଟି ହିଁ ହିଁ ହିଁ ଶବ୍ଦ କରି ଗଧକୁ ପଚାରିଲା “ତୁମର ମୁଖଚନ୍ଦ୍ର କାହିଁକି ମଳିନ ପଡିଯାଇଛି ଭାଇ ? ଘରଣୀଙ୍କ ସହିତ କିଛି ଝଗଡାଝାଟି ହେଲା କି?”ଗଧ ତଦ୍ରୁପ ହିଁ ହିଁ ହିଁ ଶବ୍ଦରେ ଅଭିବାଦନ ଜଣାଇ କହିଲା ” ଇଏ କଣ ଦିନେ ଓଳିଏର କଥା । ସବୁଦିନ ତ ଝଗଡା । ବେକାରିଆକୁ କୋଉ ସ୍ତ୍ରୀ ପଚାରିବ ଭାଇ କହିଲ ? ଦରବାରରେ ମୋପେଇଁ କିଛି ଗୋଟେ ଚାକିରୀର ବେବସ୍ତା କରିଦିଅନ୍ତନି ଭାଇ,ଯାହା ଯେମିତି ଟେବୁଲ ତଳିଆ ଦିଅନ୍ତି ।”
କିଛି ସମୟ ଚିନ୍ତାକରି ଘୋଡା କହିଲା ” ହଁ , ଦରବାରରେ ଗୋଟେ ପୋଷ୍ଟ ଖାଲିଅଛି । ସେଇଟା କିନ୍ତୁ ‘କବି’ ପୋଷ୍ଟ;ଯେ ତୁମେତ କବି ନୁହଁ।”
ବଡ ଉତ୍ତେଜିତ ହୋଇ ଗଧ କହିଲା “ଆଃ ! ତମେ ତା ହେଲେ ଜାଣିନ।ଫେସ୍ ବୁକ୍ ଆଜିକାଲି ଦେଖୁନ ବୋଧେ ? ସବୁଦିନ ମୁଁ କବିତା ଲେଖି ଛାଡୁଛି।ସକାଳୁ ଛାଡିଲେ ସଂଜବେଳକୁ କିଛିନହେଲେ ଶହେ ଉପରେ ଲାଇକ୍ ମିଳୁଚି।କେତେ ବାଃ ବାଃ ମିଳୁଚି।”
ଘୋଡା ହେଁ ହେଁ ହୋଇ ହସିଉଠିଲା । କହିଲା “ଆରେ ଗଧ,ଫେସ୍ ବୁକ୍ ରେ ଯାହା ଲେଖିଲେ ବି ଶହେ କମେଣ୍ଟ ମିଳିବ।ମୁଁ ପରା ଥରେ ଲେଖିଥିଲି “ମୋର ଆଜି କୋଷ୍ଟ କାଠିଣ୍ୟ ହେଇଚି”ଯେ ପାଁ’ଶ କମେଣ୍ଟ ମିଳିଥିଲା।ସେକଥା ଛାଡ ଭାଇ ,ତୁ ଦରବାରରେ ସେ ଚାକିରୀଟି ପାଇବାକୁ ହେଲେ ତତେ ପ୍ରମାଣ କରିବାକୁ ହେବଯେ ତୁ ଜଣେ ଲବ୍ଧପ୍ରତିଷ୍ଠ କବି,ତଥା ସାହିତ୍ୟ ଅକାଦମି ପୁରସ୍କାର ପ୍ରାପ୍ତ କବି।ତାନହେଲେ ମଧ୍ୟ ଦୁଇ ଚାରୋଟି କବି ସମ୍ମିଳନୀରୁ ମାନପତ୍ର ପାଇଥିଲେ ଚଳିବ।”
ଗଧ ମୁହଁ ଶୁଖେଇ କହିଲା “ମାନପତ୍ର ମୁଁ କୁଆଡୁ ପାଇବି ଭାଇ ?”
ଘୋଡା ଚିରାଚରିତ ଅଟ୍ଟହାସ କରି କହିଲା “ତାହେଲେ ତୁ ସତରେ ଗଧଟାଏ । ଆଜିକାଲି ପରା ମାନପତ୍ର ଯାହାକୁ ଯେତେ।ପୈସା ଫେକୋ ତମାସା ଦେଖୋ।ଯେଉଁଠାରେ କବି ସମ୍ମିଳନୀର ଆୟୋଜନ ହେଉଛି ସେଠି ଶୁଙ୍ଘି ଶୁଙ୍ଘି ପହଞ୍ଚିଯିବୁ।ଆୟୋଜକଙ୍କ ପକେଟରେ ମୋଟାମାଲ୍ ଗୁଂଜିଦବୁ।ତାପରେ ମାନପତ୍ର ଥୁଆ।ଏମିତି ଦିଚାରିଟା ମାନପତ୍ର ମିଳିଗଲେ ଆଉ ଖବର କାଗଜ ଓ ଟିଭିରେ ପ୍ରଚାର ହେଇଗଲେ, ତମେ ଗଧ ମହାରାଜ୍ ବିରାଟ କବିରେ ପରିଣତ ହେଇଯିବ।ଗୋଟିଏ କଥା ମନେ ରଖିଥିବ,ସବୁବେଳେ ଦୁର୍ବୋଧ୍ୟ ଏବଂ ଅର୍ଦ୍ଧବୋଧ୍ୟ କବିତା ହିଁ ଲେଖିବ।
ଚମତ୍କାର, ଏହା ହେଉଛି ଆଜିର ସତ୍ୟତା ବା ବର୍ତ୍ତମାନର ସତ୍ୟତା