ବିଦଗ୍ଧ କବିତା

ଜାନକୀ ବଲ୍ଲଭ ଦାଶ

ଚିଠିକୁ ଦେଖିଲେ ମନେ ପଡିଯାଏ
ହଜିଲା ଦିନର କଥା
କେମିତି ଭୁଲିବି କହଗୋ ସଜନୀ
ତୁମରି ବିରହ ବ୍ୟଥା
ତୁମେ ଗଲା ଦିନୁ ହଜିଛି ସପନ
ଯାଇଛି ଆଖିର ନିଦ
ବେଦନା ଭରା ଏ କରୁଣ ଜୀବନେ
ଫେରିବକି କହ ସତ
ଚୋରା ବସନ୍ତ କୁ ଚୋରାଇ ବସନ୍ତ
ବହିଲାଣି ଚଇତାଳି
ତୁମ ବିନା ଏଠି ଅନ୍ଧାର ଘୋଟିଛି
ଖେଳ କିଆଁ ଲୁଚକାଳି
ତୁମେ ଚାଲିଗଲ ସେଦିନ ସକାଳେ
କଥା ଯେ ରହିଲା ଅଧା
ତୁମରି ସ୍ମୁତିକୁ ସାଉଁଟି ଧରିଛି
ବସନ୍ତ ଗାଉଛି ଗାଥା

Leave a Reply

Your email address will not be published. Required fields are marked *