ଯୋଜନ ବିସ୍ତାରି ରହିଅଛ ତୁମେ
ମା ମାଟିର କୋଳେ,
ସୁନ୍ଦର ରୂପକୁ ଲେଖିକି ପାରିବି
ଯାହା ଦେଖେ ସଞ୍ଜ ବେଳେ।
ମୁକ ସାକ୍ଷୀ ହୋଇ ଦିଗବଳୟକୁ
ନେଇଛ ପାଶେ କୋଳେଇ,
ଶୀଥିଳତା ଜଳେ ଚନ୍ଦ୍ରମା ଆଲୋକେ
ଦିଅ ପ୍ରକୃତିକୁ ହସାଇ।
ସୁନେଲି ଶାଢୀରେ ସୂର୍ଯ୍ୟଙ୍କ ଆଭାରେ
ମୋହି ନିଅ ଆମ ମନ,
ଶୋଭା କି କହିବି ମୁକୁତା ଲଗାଇ
ପୂଜ ଯେବେ ମା ପୟର।
ଯାହାତ ନେଉଛ ଦେଉଛ ଫେରାଇ
ଗୁଣ ଆଉ କି ରଚିବି,
ଜୀବନ ରହସ୍ୟ ତୁମଠାରେ ଲୀନ
କୁହ ଆଉ ଥରେ ବୁଝାଇ।
ଗଭୀରତା ତୁମ ମାପିକି ପାରିବି
ସତେ କି ଏହି ଜନମେ,
ଧରି ରଖିଅଛ ଅମୂଲ୍ୟ ନିଧିକୁ
ଯତନେ ନିଜ ହୃଦୟେ।
It’s outstanding 😍
My multi talented sis😘 Just one wish for you. May your creativity touch the horizon just as the ocean.
Sanu send me all of ur story, poem. Nice.
ନମସ୍କାର । ବର୍ଣ୍ଣନା ଚମତ୍କାର । ମନ ମୋହୁଛି