ଭାବିଛି ମୁଁ ଲେଖିବାକୁ

ଭୁବନାନନ୍ଦ ଅଧିକାରୀ

ଗୀତ ଟିଏ ଲେଖିବାକୁ
ଭାବିଛି ଯେବେ ମୁଁ
         ଗୀତ ଟିଏ ଲେଖିବାକୁ,

କେବେ କେବେ ଅଜାଣତେ
ଜାଣି ଜାଣି କେବେ ସତେ

ବାଧ୍ୟ ହୁଏ ପୁଣି
         ତମ କଥା ଭାବିବାକୁ।।୦।।

ମନେପଡେ ସେଦିନ ର
              ଅଭୁଲା ମିଠା ସପନ
ମନେପଡେ ତମର ସେ
              ମିଛ ମିଛ ଅଭିମାନ

ଭାବି ଭାବି ଆଖି ବୁଜେ
ଖୋଜି ଖୋଜି ମନ ହଜେ

ଫେରି ଆସେ ପୁଣି
           ପଦ ଟିଏ ଯୋଡିବାକୁ….
           ଭାବିଛି ………..…।।୧।।

ଫଗୁଣ ର ଅବିର ରେ
             ଲେଖିଥିଲି ଯେତେ ଚିଠି
ଶ୍ରାବଣ ର ଲୁହ ଧାରେ
             ଆଜି ସବୁ ଭିଜା ସ୍ମୃତି

ଫିକା ଫିକା ଅତୀତ ରେ
ଅଙ୍କା ବଙ୍କା ନଦୀ ତୀରେ

ସ୍ୱପ୍ନ କେତେ ପୁଣି
            ବୁଣିହୁଏ ବଞ୍ଚିବାକୁ……..
            ଭାବିଛି……………..।।୨।।

2 thoughts on “ଭାବିଛି ମୁଁ ଲେଖିବାକୁ

  1. ବଞ୍ଚିବାର ସ୍ଵପ୍ନରେ ଆନନ୍ଦ ଥାଏ , ହେଲେ ବାସ୍ତବତାକୁ ଆପଣେଇବାକୁ ହୁଏ ବଞ୍ଚିବା ପାଇଁ । ନମସ୍କାର

Leave a Reply

Your email address will not be published. Required fields are marked *