ମାସ୍କ ପିନ୍ଧି ଦୁଇ ଗଜରେ ରହି
ଥର ଥର ସାବୁନରେ ହାତ ଧୁଅଇ ମୁହିଁ ।
କରୋନା କୁ ମୋର ନାହିଁଟି ଡର
ପାଖ ମାଡିବନି କରୋନା ଅସୁର ।।
ଘରୁ ଗୋଡ ମୁହିଁ କାଢିବି ନାହିଁ
ଘରେ ଥାଇ କାମ କରିବି ମୁହିଁ ।
ଏହି ଉପଦେଶ ରକ୍ଷା କର ମୋହର
ଆସିପାରିବନି କରୋନା ଅସୁର ।।
ଗହଳି ସ୍ଥାନରୁ ଦୂରେ ରହିବ
ହାତ ନ ମିଳାଇ ନମସ୍କାର କରିବ ।
ଅଜଣା ଲୋକକୁ କେବେ ନଁ ଛୁଇଁବ
କରୋନା ତମଠୁ ଦୁରେଇ ଯିବ।।
ଘରେ ଘରେ ବସି ପାଠ ପଢିବ
ମନ ଧ୍ୟାନ ଦେଇ କାମ କରିବ।
ଆସିଛି ଆଜି କରୋନା ବୋଲି
ପାଠକୁ କେବେ ନ ଯିବ ଭୁଲି। ।
ସାମାଜିକ ଦୂରତା କୁ ରକ୍ଷା କରିବା
କରୋନା ଠୁ ଦୂରେ ରହିବା ।
ଆସ ଆସ ଭାଇ ଏକାଠି ହେବା
କରୋନା କୁ ଆଜି ହଟାଇ ଦେବା।
Bahut bhal heichhe tumar kabita…….
Thank you
Thank u so much