ମରଣ ବେଳକୁ ତୋର ଶରଣ
ପ୍ରଭୁ ହୁଅନ୍ତି କି ତୋ ପୀତ ବାସ
ତୋ ଦେହେ ଯାଆନ୍ତି ଲାଖି
ହୁଅନ୍ତି କି ତୁଳସୀ ଦୟଣା ମାଳ
ଦେହେ ଲାଗି ହୁଅନ୍ତି ସୁଖୀ
ପ୍ରଭୁ ହୁଅନ୍ତି କି ବାସ ଚନ୍ଦନ
ତୋ ଦେହେ ଲେପି ହୁଅନ୍ତି
ହୁଅନ୍ତି କି ବାସ କସ୍ତୁରୀ
ବାସ ଭରି ଦିଅନ୍ତି
ପ୍ରଭୁ ହେ ହୁଅନ୍ତି କି ମୁହିଁ ଦୁବ
ତୋ ମୁଣ୍ଡେ ଚଡି ଯାଆନ୍ତି
ମୁଁ ହୁଅନ୍ତି କି ତୋ ସେବା ଫୁଲ
ସେବି ମୁଁ ତୋ ଦେହ ଶୋଭନ୍ତି
ହୁଅନ୍ତି କି ତୋ ଅବଢ଼ା ଅନ୍ନ
ତୋ ପେଟ ପୁରାନ୍ତି
ହୁଅନ୍ତି କି ତୋ ପୁଣ୍ଯ ନିର୍ମାଲ୍ୟ
ମୁକ୍ତି ପାଇ ଯାଆନ୍ତି
ହୁଅନ୍ତି କି ତୋର ପୂଜା ପଣ୍ଡା
ନିତି ତୋତେ ସେବନ୍ତି
ହୁଅନ୍ତି କି ତୋ ସ୍ନାନ ଜଳ
ଦେହେ ଝରି ପଡନ୍ତି
ହୁଅନ୍ତି କି ତୋ ରଥ କାଠ
ତୁ ଯାଆନ୍ତୁ ଚଢ଼ି
ହୁଅନ୍ତି କି ତୋ ରଥ ଦଉଡ଼ି
ଭକ୍ତେ ଦିଅନ୍ତେ ବିଡି
ହୁଅନ୍ତି କି ତୋ ବଡଦାଣ୍ଡ
ପାଇ ଯାଆନ୍ତି ମୁକ୍ତି
ତୋ ସେବାରେ ମୁହିଁ ଲାଗିବି
ମୋର ନାହିଁ ସେ ଶକ୍ତି
ଲୋଡା ନାହିଁ ମୋତେ ମୁକତି
ନ ଲୋଡା ବୈକୁଣ୍ଠ ଧାମ
ମରଣ ବେଳକୁ ତୋର ଶରଣ
ଏଥୁ ବୀନତି ମମ।
ମୋର କବିତା ପ୍ରକାଶିତ କରିଥିବାରୁ ମୁଁ ସଂପାଦକ ମହାଶୟଙ୍କୁ ବହୁତ ବହୁତ ଧନ୍ଯବାଦ ଅର୍ପଣ କରୁଛି, ଜୟ ଜଗନ୍ନାଥ। 🙏
Man me bhakti ajayega