କ’ଣ କହିବା ଏହାକୁ? ଗଳ୍ପ ନା କବିତା? ‘ଅ’ ଅକ୍ଷର ଅନୁପ୍ରାସରେ ରଚିତ ଏଭଳି ଲେଖା ଓଡ଼ିଆ ସାହିତ୍ୟରେ ବିରଳ। ଏଥିରୁ ମଧ୍ୟଯୁଗୀୟ ଓଡିଆ ସାହିତ୍ୟ ପ୍ରତି ଲେଖକ ଜାକିର ଖାନ୍ ମହୋଦୟଙ୍କ ଅନୁରକ୍ତି ମନୋରମ ଭାବରେ ଝଲସିଯାଏ। ‘ସାହିତ୍ୟ ଚର୍ଚ୍ଚା’ ପୃଷ୍ଠାରେ ଏହାକୁ ସ୍ଥାନିତ କରି ଆମେ ଆନନ୍ଦିତ। ସଂପାଦକ |
ଅତନକୁ ଅନେଇଲା ଅତସୀ। ଅତସୀକୁ ଅନେଇଲା ଅତନୁ।
ଅସମ୍ଭବ ! ଅବାସ୍ତବ। ଅସମୟରେ ଅତସୀ। ଅଥୟ ଅତନୁ ଅଧୀର। ଅସ୍ଥିର। ଅତସୀ ଅମନଯୋଗୀ।
ଅତସୀକୁ ଅନିମିଷ ଅବଲୋକନ କରି ଅସ୍ଥିର ଅତନୁର ଅନ୍ତରରେ ଅନୁଚ୍ଚାରିତ ହେଲା … ଅତସୀ!
ଅତସୀର ଅରୁଣିମା ଅଧରରେ ଅତନୁର ଆଖି। ଅଧୋଗାମୀ ଅତସୀର ଆଖି ଅଧୈର୍ଯ୍ୟ ଅତନୁର ଅଧ୍ୟୟନରେ ଅଗ୍ରସର।
ଅଜସ୍ର ଅଶ୍ରୁରେ ଅତନୁର ଆଖି ଆର୍ଦ୍ର। ଅତସୀର ଆଖି ଅବିରତ ଅତନୁର ଅନ୍ତରାତ୍ମାକୁ ଅଣ୍ଡାଳିବାରେ ଅବଧାବିତ ଓ ଅତନୁ ଅନ୍ତରରେ ଅନ୍ତର୍ନିହିତ।
ଅତସୀର ଅଧିନାୟକ ଥିଲା ଅତନୁ। ଅତସୀ ଅତନୁ ପାଇଁ ଥିଲା ଅନର୍ଘ। ଅଦ୍ୱିତୀୟ। ଅନବରତ ଅତସୀର ଅନୁଚିନ୍ତାର ଅନୁଭୂତିରେ ଆରକ୍ତ ଥିଲା ଅତନୁ। ଅତନୁ ଅନୁଗାମୀ ଅତସୀର। ଅନୁରୂପ ଅବସ୍ଥା ଥିଲା ଅତସୀର। ଅତସୀ, ଅତନୁ ଥିଲେ ଅନ୍ତରଙ୍ଗ, ଅଭିନ୍ନ। ଅତନୁ ଆତୁର, ଆସକ୍ତ। ଆସକ୍ତିର ଅଳଂକାରରେ ଅଳଂକୃତ ଅତସୀ।
ଅନନୁମେୟ ଅଘଟଣ ଅପେକ୍ଷା କରିଥିଲା ଅତନୁ ଓ ଅତସୀକୁ। ଅନାଗତ ଅଶୁଭ ଅତର୍କିତ ଅନଳ ଅକାରଣ ଅତନୁକୁ ଅନାନ୍ତରିକ କରିଦେଲା। ଅତସୀର ଅବସାନ ଅତନୁକୁ ଅମେରୁଦଣ୍ଡୀ କଲା। ଅନାହୂତ, ଅନିମନ୍ତ୍ରିତ, ଅଘଟଣରେ ଅସ୍ଥିର ହୋଇଉଠିଲା ଅତନୁ। ଅନ୍ତଃସାରହୀନ ଅତନୁ ଅନ୍ତର୍ଦାହରେ ଅବିରତ ଅନ୍ତଃକରଣରେ ଅନୁଶୋଚନା କଲା। ଅତନୁର ଅନ୍ତରାତ୍ମା ଅନବରତ ଆର୍ତ୍ତନାଦ କଲା। ଅବଶ, ଅନାୟତ୍ତ, ଅବସନ୍ନ, ଅଭାଗା ଅତନୁର ଅଶାନ୍ତି ଅସମ୍ଭାଳ ହେଲା।
ଅତସୀ ଏବେ ଅଶରିରୀ। ଆଶ୍ଚର୍ଯ୍ୟ। ଅତସୀର ଅବର୍ତ୍ତମାନରେ ଅତସୀ ଆସିଛି। ଅମୂଲ୍ୟ, ଅନର୍ଘ ଅନୁଭୂତି ଅତନୁର। ଅନାଥ ଅତନୁ ଆଗରେ ଅତସୀ ଅଧିଷ୍ଠିତ। ଆକୁଳ ଅତସୀର ଆର୍ତ୍ତନାଦ ଅତନକୁ ଚାହିଁ। ଅତସୀର ଅଳି- ଅପମୃତ୍ୟୁ ଅପରାଧ। ଅପଯଶଃ ଆଣିଦେବ। ଅପରିଣାମଦର୍ଶୀ, ଅପରିପକ୍ୱ, ଅଯଥାର୍ଥ, ଅପୌରୁଷ ଆଚରଣ ଅପ୍ରୀତିକର। ଅପର୍ଯ୍ୟାପ୍ତ ଅପମାନ ମିଳିବ। ଅପବର୍ଗ ଅପହଞ୍ଚ। ଅତସୀ ଅନୁପସ୍ଥିତ। ଅପ୍ରିୟସତ୍ୟ। ଅତନୁ ଅସୀମସାହସୀ। ଅତସୀ ଅସର, ଅକ୍ଷୟ। ଅତନୁର ଅକ୍ଷକୂଟ। ଅନୁରୋଧକୁ ଅଗ୍ରାହ୍ୟ , ଅନାଦାର କରିବନି। ଅବିବେକିତାକୁ ଅତିକ୍ରମ କର। ଅନୁଚିତ ଅନୁଚିନ୍ତାର ଅନୁଚାରୀ ହୁଅନି। ଅଶ୍ରଦ୍ଧା, ଅବଜ୍ଞାର ଆଶା ନାହିଁ। ଅତସୀ ପ୍ରତି ଅନୁରାଗ ଅଛି ତ !
ଅନୁରୋଧର ଅନୁଭାବ ଆକ୍ରାନ୍ତ କଲା ଅତନକୁ। ଅତନୁ ଅଧୀର। ଅଗତିକ ଅତନୁ ଅନ୍ତରରେ ଅଗତ୍ୟା ଅଗାଧ ଅଜସ୍ର ଆନନ୍ଦ ଅଙ୍କୁରିତ ହେଲା। ଅତସୀର ଅତର୍କିତ ଅନୁରୋଧରେ ଅତନୁର ଅନମ୍ୱରର ଅଗଣାରେ ଅସରନ୍ତି ଅରୁଣୀମା। ଅତନୁର ଅକ୍ଷିଗୋଲକରେ ଅଖଣ୍ଡଦୀପର ଆଲୋକ। ଅତନୁ ଅନୁଭବ କଲା ଅତସୀକୁ। ଅନୁରୂପ ଆଚରଣ ପାଇଁ ଅନ୍ତରାଳରେ ଅନେକ ଆଶା। ଅଳ୍ପକ୍ଷଣ ଅତିବାହିତ। ଅତସୀ ଅନ୍ତର୍ଦ୍ଧାନ। ଅପଲକ ଅତନୁ। ଅନ୍ଧକାରର ଅନ୍ତ। ଅତନୁ ଅନ୍ତରରେ ଅପରିମିତ , ଅସୀମ, ଅପର୍ଯ୍ୟାପ୍ତ , ଅନୁପମ , ଅପୂର୍ବ ଅନୁଭବ। ଅତୀନ୍ଦ୍ରିୟ ଅନୁଭବରେ ଅତନୁ ଏବେ ଅଗ୍ରସର। ଅତନୁ ପାଇଁ ଅତସୀର ଅବର୍ତ୍ତମାନରେ ବି ଅତସୀ ଅଛି।
Really great.
Thanks a lot Sir.
ଜୟ ଜଗନ୍ନାଥ। ଏହି ଭଳି ଗଳ୍ପ ମୁଁ ପ୍ରଥମ ଥର ପାଇଁ ପଢୁଛି। ବାସ୍ତବିକ ଚମତ୍କାର।
Thanks a lot Sir
What a Command over words & language…Simply Wonderful.
Thanks a lot Sir
Very nice.
Thanks a lot Madam
Unparalleled thought process combined with boundless ornamental heart touching script. Well deserved salute. Beautiful composition.
Thanks a lot Sir
Sir it’s a marvel by itself. creativity at it’s best..compliments..
Thanks a lot Sir
ଖୁବ୍ ସୁନ୍ଦର। ଚମତ୍କାର ଶବ୍ଦ ସଂଯୋଜନା ଓ ବକ୍ତବ୍ୟ ସ୍ପଷ୍ଟ।
ଲେଖକଙ୍କୁ ଅଭିନନ୍ଦନ।
Dhanayabad Sir
କାବ୍ୟ କବିତାରେ ଅନୁପ୍ରାସ ର ପ୍ରୟୋଗ ଦେଖାଅଛି॥ କିନ୍ତୁ ଗଦ୍ୟ ସାହିତ୍ୟରେ ଅନୁପ୍ରାସର ପ୍ରୟୋଗ ଅନନ୍ୟ ॥ ଚମତ୍କାର॥
Dhanayabad Sir
ନିସର୍ତ୍ତ ଭଲ ପାଇବା ସହିତ ନିବିଡ ପ୍ରେମର ପରିପ୍ରକାଶ ଘଟିଛି କେବଳ ‘ଅ’ ଅକ୍ଷରରେ। ଆପଣ ତ ଶବ୍ଦ ସମୁଦ୍ର ପାରିହୋଇଛନ୍ତି।
ଧନ୍ୟବାଦ ଖାନ୍ ମହାଶୟ ଏ ମିନିଗଳ୍ପ ପାଇଁ ।
Dhanayabad Bhai
Simply Wonderful!!
Can’t imagine that this genius in Etymology might have also begun with ‘A’ for ‘Akha’…
Kudos…
Thanks a lot Sir
ସୁନ୍ଦର ସର୍ଜନା।ଶବ୍ଦ ସମୃଦ୍ଧ ସାଗର ମଧ୍ୟରୁ ସଂଗୃହିତ ଶବ୍ଦ ସମ୍ଭାର ରସାର୍ଥକ ସୃଷ୍ଟି ,ସତରେ ସ୍ପର୍ଶ କରିଛି ସହୃଦୟ ପାଠକଙ୍କୁ, ସାର୍। ସାଧୁବାଦ।
Dhanayabad Madam Namaskar
ଅବର୍ଣ୍ଣନୀୟ, ଆକର୍ଷଣୀୟ, ଅତିଚମତ୍କାର
Thanks a lot
ଅଦ୍ଭୁତ
Thanks a lot Bhai
ଅଦ୍ଭୁତ, ଅବର୍ଣ୍ଣନୀୟ, ଅଦ୍ୱିତୀୟ, ଅପୂର୍ବ । ଅତ୍ୟଧିକ ଆନନ୍ଦ ଅନୁଭବିଲା ଆରତୀ।
Dhanyabad. Pranam
ସର୍ବାଧିକ ଅ’ ଆନୁପ୍ରାସିକ ଗପଟିଏ। ପ୍ରଶଂସନୀୟ। ଏମିତି ଗବେଷଣା ସାହିତ୍ୟାନୁରାଗୀଙ୍କର ରହିବା ଦରକାର। କିନ୍ତୁ କଥାଟି ସତ ଯେ ପାଠକୀୟ ରସଗ୍ରାହିତା ପ୍ରୟୋଗଶାଳାରେ କମିଯାଏ। ଧନ୍ୟବାଦ।
Dhanyabad. Pranam
ବାସ୍ତବିକ ଅତୁଳନୀୟ, ଅବିଶ୍ୱନୀୟ ଓ ଅବର୍ଣ୍ଣନୀୟ ଲେଖା
ଅ ଅନୁପ୍ରାସରେ ଲିଖିତ ଏହି ଗପଟି ଲେଖକଙ୍କ ଓଡ଼ିଆ ସାହିତ୍ୟ ପ୍ରତି କେତେବଡ ଅବଦାନ ତାହା ପ୍ରକାଶ କରିବାକୁ ଭାଷା ଅନ୍ତତଃ ମୋ ପାଖରେ ନାହିଁ। ଏପରି ଏକ ଗଳ୍ପ ପଢ଼ିବା ମୋ ପକ୍ଷେ ନୂଆ। ଜାକିର ବାବୁଙ୍କ ଭାଷା ଜ୍ଞାନ କେତେ ଗଭୀର ଏଥିରୁ ତାହା ଭଲ ଭାବେ ଜଣା ପଡ଼ିଯାଏ।
Dhanyabad. Pranam Sir
ସୁନ୍ଦର!