କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ।
|| ଅରବିନ୍ଦ ବେହେରା ||
ବାବୁ ଅରବିନ୍ଦ ବେହେରା
ଲୁଚାଇ ନିଜର ଚେହେରା
ଲେଖାଟିଏ ସିଏ ଲେଖିଦେବେ
ଅଜଣା ବାଣଟେ ପେସି ଦେବେ।
|| ରାଜେନ୍ଦ୍ର ପଣ୍ଡା ||
ବାବୁ ରାଜେନ୍ଦ୍ର ପଣ୍ଡା
ମୁଣ୍ଡଟି ସବୁ ବେଳେ ଥଣ୍ଡା
ସାଦା ପୃଷ୍ଠା ନେଇ ବସିଗଲେ
ତାରି ଭିତରେ ଭାସିଗଲେ।
|| ଜେ ପି ଦାସ ||
ସାର୍ ଜେପି ଦାସ
କରିବାକୁ ପରିହାସ
ଅକ୍ଷରକୁ କଲେ ଠିକ୍
ଲେଖିଦେଲେ ଲିମେରିକ୍।
|| ପଠାଣି ସାମନ୍ତ ||
ଆମ ବାବୁ ପଠାଣି ସାମନ୍ତ
କାମଟି ତାଙ୍କର ଏମନ୍ତ
ଗ୍ରହ ତାରା ମାପି ବସିଯିବେ କାଠିରେ
ଆଖିରେ ନିଦ ନଥିବ ତାଙ୍କ ରାତିରେ।
|| ଜୟନ୍ତ ମହାପାତ୍ର ||
ଜୟନ୍ତ ମହାପାତ୍ର କବି
ଆଖିରେ ତାଙ୍କର ଛବି
ହୋଇ ବାୟା ରାଜା ଦିନେ
ଛାଇ ବାଣ୍ଟିଲେ ସେ ଜନେ।
|| ଇତି ସାମନ୍ତ ||
ରାଣୀ ଇତି ସାମନ୍ତ
କାମଟି ତାଙ୍କର ଏମନ୍ତ
କାଦମ୍ବିନୀ, କୁନିକଥାକୁ କାଖେ ଧରି
ବନି ଯିବେ ଗୋଟେ ଧଳା ପରୀ।
|| ହିମାଂଶୁ ଖଟୁଆ ||
ଡାଇରେକ୍ଟର୍ ହିମାଂଶୁ ଖଟୁଆ
ଧରି କରି ଗୋଟେ ଫିଲିମ ବଟୁଆ
ଶୂନ୍ୟ ସ୍ୱରୂପ ଆଙ୍କି ଦେବେ
କ୍ୟାମେରାକୁ ପୁରା ଫାଙ୍କି ଦେବେ।
|| ହରପ୍ରସାଦ ଦାସ ||
ସାହିତ୍ୟିକ ହରପ୍ରସାଦ ଦାସ
ନଦେଖି କହିବେ ଆସ, ବସ
ସାହିତ୍ୟର ଯେତକ ଥିଓରୀ
ପେଇ ଦେବେ ସିଏ ବାଟି କରି।
|| ଅକ୍ଷୟ ମହାନ୍ତି ||
ଗାୟକ ଅକ୍ଷୟ ମହାନ୍ତି
ଯିଏ ଆଉ ଏବେ ନାହାନ୍ତି
କଟକ ଗଳିକନ୍ଦିରେ ତାଙ୍କ ଅଲିଭା ଛାଇ
ଗୀତ ବନିଗଲେ ନିଜେ ଖୋକା ଭାଇ।
|| ସେକ୍ ମତଲୁବ ଅଲ୍ଲୀ ||
ମାହାଙ୍ଗାର ସେକ୍ ମତଲୁବ ଅଲ୍ଲୀ
ଚାଲିଗଲେ ଦିନେ ଅଜଣା ଏକ ପଲ୍ଲୀ
କିଛି ଗୀତିନାଟ୍ୟ ଧରି ଫେରିଲେ
ବସି ବୈଷ୍ଣବ ପାଣିଙ୍କୁ ଖାଲି ଝୁରିଲେ।
|| ବିଷ୍ଣୁପଦ ସେଠୀ ||
ବାବୁ ବିଷ୍ଣୁପଦ ସେଠୀ
ନ ଥାଇ ଜମାରୁ ଏଠି
କହିବେ ‘ହୋୟାର୍ ସାଲ୍ ଆଇ ଗୋ’
ପଢୁଥିବେ ବସି ‘ଦାରିଓ ଫୋ’।
- କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ। ଏଥିରେ କିଛି କୌତୁକ ଓ ବ୍ୟଂଗର ଉପାଦାନ ମଧ୍ୟ ଥାଏ। ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଇଂରାଜୀ ସାହିତ୍ୟରେ ଏହି ଧରଣର କବିତାର ଉଦ୍ଭବ ଘଟାଇଥିଲେ ଏଡ଼ମଣ୍ଡ୍ କ୍ଲରିହ୍ୟୁ ବେଣ୍ଟଲେ।
ଭବିଷ୍ୟତର ବହି
ଫୋନ୍ ପର୍ଦାରେ ରହି
ନେଉଅଛି ମନ ମୋହି
ଅନ୍ୟତ୍ର ମିଳଇନାହିଁ
*କ୍ଲରିହ୍ୟୁ* ଚାଲୁ ରଂଗ ଓ ରସ ବୋହି
Dhanayabad Sir. Ashirbada Karantu
Beautiful
Thanks a lot
ବଢିଆ
Thanks a lot
Your innovative approach enriches and widens the domain of odia literature. Thank you for your endeavor.
Thanks a lot
Khub chamatkar…
bahut badhia abhigyanta…
Dhanyawad!
Dhanayabad
ଚମତ୍କାର
Dhanayabad
Wonderful 👏👌
Thanks a lot
As I have always observed, you are a pure soul whose passion for literature can’t be trivialised by the weighing scale of words. Carry on the good work.
Thanks a lot for your appreciation and kind words Madam. Regards
ଫକୀର ପରି ଫିକର ନାହିଁ
କଥା କଥାରେ ନେଉଛି ମୋହି
ମିଠା ବଚନ ତାହାର ନାଁ
ଜାକିର ନୁହେଁ ଶକ୍କର ଖାଁ
Sir . Namaskar. Dhanayabad
Lovely lines.
ବହୁତ ବଢିଆ ଲାଗିଲା
ଭାଇ ଜାକିର ଖାନ
ତୁମ ପାଇଁ ଗୋଟେ କ୍ଲିରିହିଉ
କିମିତି ଲାଗିଲା
ଦିଅ ଧ୍ୟାନ
#ଜାକିର ଖାନ
#clerihew02
ଜାକିର ଖାନ
ତାଙ୍କର ଶିଙ୍ଗ ଉପରେ ଦୁଇ କାନ
ଲେଖନ୍ତି ଗଧ ଉପାଖ୍ୟାନ
ହସି ହସି ଯାଏ ଜାନ
ପଢିବାକୁ ଭାରି ଭଲ ଲାଗୁଛି l ପୁରା ମଜାଦାର ଷ୍ଟାଇଲ ରେ ଲେଖା ହେଇଛି
ଜାକିର୍ ଖାନ୍ ଙ୍କ ଏଇ କେତେଟା କ୍ଲରିହ୍ଯୁ ପଢ଼ିଲାପରେ ମନେହେଉଛି, ଆଶ୍ଚର୍ଯ୍ୟରେ ଉବୁଟୁବୁ ହେବା ଏବଂ ଆନନ୍ଦରେ ବୁଡିଯିବା, ଖୁବ୍ ସଂଭବତଃ ଏକା ପ୍ରକାରର ଅନୁଭୂତି ।
ତାଂକଠାରୁ ଆହୁରି ପ୍ରାୟ କୋଟିଏ କ୍ଲରିହ୍ଯୁ ଅପେକ୍ଷାରେ ରହିବି ନିଶ୍ଚେ ।
ରହିବୁ ବୋଧେ, ଆମେ ସମସ୍ତେ ।।
Pranam Sir. Apanaka bhalapaiba agare mun krutagya.
କ୍ଲରିହ୍ୟୁ ସହ ମୋର ପ୍ରଥମ ପରିଚୟ ଜାକୀର ବାବୁଙ୍କ ଠାରୁ । ବହୁତ ଭଲ ହୋଇଛି ଏ ଲେଖା ଗୁଡିକ ।
ଶୁଭେଚ୍ଛା ସହ
ଅଭୟ ଦାଶ
Pranam Sir. Dhanyabad Sir
Thanks a lot dear
କ୍ଲରିହ୍ୟୁ ବିଷୟ ରେ କଛି ଜାଣି ନ ଥିଲି।ଧନ୍ୟବାଦ ଓ ଆଶୀର୍ବାଦ।