.
କ … କହିଲେ କଠଉ
ମା କରିଚି ପିଠଉ।
କା … କହିଲେ କାଉ
ଗୀତ କିଏ ଗାଉ।
କି … କହିଲେ କିଛି
କାମ କର ବାଛି।
କୀ … କହିଲେ କୀଟ
କର ନାହିଁ ନାଟ।
କୁ … କହିଲେ କୁକୁର
ବିଲୁଆଟି ଚତୁର।
କୂ … କହିଲେ କୂପ
ଆ କହିବି ଗପ।
କୃ … କହିଲେ କୃଷକ
ସଫା ରଖ ପୋଷାକ।
କେ … କହିଲେ କେଶ।
ଉଡିଗଲା ହସ।
କୈ … କହିଲେ କୈଳାସ
କରିବାନି ବିଳାସ।
କୋ … କହିଲେ କୋଳି
ଖାଅ ନିଜେ ତୋଳି।
କୌ … କହିଲେ କୌତୁକ
ଚୋର ନେଲା ଯୌତୁକ।
କଂ କହିଲେ କଂସ
ଭାତ ଖାଏ ହଂସ।
କଃ …କାଃ କୁଃ
କଁ … କାଁ କିଁ
କ୍ର … କ୍ରି କ୍ରୁ
କ୍ଲ … କ୍ଲି କ୍ଲେ
କ୍ୱ … କ୍ୱା କ୍ବୁ
ଚାଲ ମାରିବା ଛୁ…।
(ଶିଶୁମାନଙ୍କୁ ଗୀତ ମାଧ୍ୟମରେ ଓଡ଼ିଆ ମାତ୍ରା ଶିଖାଇବା ପାଇଁ କବି ଜାକିର୍ ଖାନ୍ ଙ୍କ ଏକ ଅଭିନବ ପ୍ରୟାସ । )
Cute combination of words containing fun. Quite interesting for the children to learn. Good effort.
Thanks a lot Sir
Great for children
Thanks a lot Madam
Very nice attempt of learn n fun 👍
Thanks a lot Madam
ବହୁତ ସୁନ୍ଦର ପ୍ରୟାସ । ମନେ ପଡ଼ିଲା ପିଲା ଦିନ । ଅରଣା ମଇଁଶି ରହିଛି ଅନାଇଁ । ପରବର୍ତ୍ତୀ ସମୟର ଟେଲିଫୋନ ର ମଜା , ଟାଇଲ ଛପର ଘର ନିଆଁକୁ ନଥାଏ ଡ଼ର ।
Dhanayabad Sir. Pranam
ମତେ ଜଣାଅଛି,ତୋର ସାହିତ୍ୟ ର କ୍ଷେତ୍ରଫଳ କେତେ ବିସ୍ତୃତ..!
ତୋର ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା..!
Dhanayabad Bhai. Namaskar
ସୁନ୍ଦର ସୃଷ୍ଟି, ଅପୂର୍ବ ରଚନା, କବିତାଟି ଖୁବ୍ ମନଛୁଆଁ।
Dhanayabad Sir
ଜାକିର ବାବୁଙ୍କ ସଫଳ ପ୍ରୟୋଗ ଭଲ ଲାଗିଲା ।