- ଚିତା ଜାଳିବା ପାଇଁ ବି ଦରକାର ଅମ୍ଳଜାନ।
ପୁଣି ଥରେ ଚାହିଁଲା ମାଆ ମୁହଁକୁ। ଘଡ଼ିଏ ହେଲା ମାଆ କାନ୍ଦୁଛି। ଖାଇବାକୁ ବି ଦେଉନି!
ଆଉ ଦିନରେ ବେଳ ଦେଖି ମାଆ ଖାଇବାକୁ ଦେଉଥିଲା। ହେଲେ ଆଜି ….
ଆଉ ଥରେ ଫୋନ୍ ରେ କାନ୍ଦି କାନ୍ଦି ମାଆ କାହାକୁ ନେହୁରା ହେଇ କହିଲା-
“ଯେତେ ଖର୍ଚ୍ଚ ହେଉ, ମୋ ସ୍ବାମୀଙ୍କ ପାଇଁ ଅମ୍ଳଜାନ ଆଣିଦିଅ। ମୋର ମଙ୍ଗଳ ସୂତ୍ର ପଛେ ବିକି ଦେବି, ହେଲେ ଅମ୍ଳଜାନ ଅଭାବରୁ ତାଙ୍କୁ ମରିବାକୁ ଛାଡ଼ି ପାରିବିନି।” ସକାଳୁ ଏମିତି କେତେ ଜଣଙ୍କୁ ମାଆ କହି ଚାଲିଛି। ହେଲେ କେହି ତା’ ପାଇଁ ଅମ୍ଳଜାନ ଆଣୁନାହାନ୍ତି। ବାପା କାଳେ ଡାକ୍ତରଖାନା ଯାଇଛନ୍ତି!!
ସତରେ କ’ଣ ମାଆ ପାଖରେ ଅମ୍ଳଜାନ ନାହିଁ ?
ଧାଇଁ ଯାଇ ନିଜର ବିଜ୍ଞାନ ପାଠ ବହି ଘାଣ୍ଟି ପକାଇଲା ପିଲାଟି। ତା’ ବହିରେ ଲେଖାଥିବାମତେ ଲୁଣପାଣି, ବ୍ୟାଟେରୀ, କଲମ ନିବ୍, ତାର ଆଦି ସବୁ ଜିନିଷ କୌଣସିମତେ ଯୋଗାଡ଼ କଲା ଓ ଲାଗି ପଡିଲା ଅମ୍ଳଜାନ ତିଆରିରେ। ଏଥିରେ ମଗ୍ନରହି ସେ ଭୁଲିଗଲା ଭୋକର ଯନ୍ତ୍ରଣା!
ତା’ ସାମନାରେ ବୁଦ୍ ବୁଦ୍ ଉଠୁଥିବା ଫୋଟକା ଦେଖି ଖୁସିରେ ଚିତ୍କାର କରି ଉଠିଲା- “ମାଆ ଅମ୍ଳଜାନ ମିଳିଗଲା!”
ଆଉ ଠିକ୍ ସେତିକି ବେଳେ ପୁଣି ଫୋନ୍ ବାଜି ଉଠିଲା। ଫୋନ୍ ରେ କଥା ହେବାର ଆଉ କିଛି ନଥିଲା। ମାଆର କୋହଭରା କଣ୍ଠରେ ସେଇ କେଇ ପଦ-
” ଅମ୍ଳଜାନ ଅଭାବରୁ ମୋ ସଂସାର ଭାସିଗଲା …! ” ମାଆ ତଳେ ମୁଣ୍ଡ ପିଟି କାନ୍ଦୁଥିଲା।
ତଥାପି କୁନି ପିଲାଟି ଚାହିଁ ରହିଥିଲା ପାଣି ଥାଳିରୁ ବୁଦ୍ ବୁଦ୍ ହୋଇ ଉଠୁଥିବା ଅମ୍ଳଜାନ ଆଡ଼କୁ।
ଏମିତି କେତେ ଅମ୍ଳଜାନ ବାହାରୁଥିଲା,ସେ ହିସାବ ରଖିନି।
କେହି ଜଣେ ତାକୁ ହାତଧରି ନେଇ ଚାଲିଥିଲେ ଶ୍ମଶାନ ଆଡ଼କୁ। ସେମାନଙ୍କ କଥାରୁ ସେ ଏତିକି ବୁଝିଲା ତାକୁ କାଳେ ମୁଖାଗ୍ନି ଦେବାକୁ ହେବ।
ସେ ଇସ୍କୁଲ୍ ରେ ଶୁଣିଥିଲା, ନିଆଁ ଜଳିବା ପାଇଁ ଅମ୍ଳଜାନ ଦରକାର। ଏଣୁ ପୁଣି ଥରେ ଚିତ୍କାର କରି କହି ଉଠିଲା –
“ଅମ୍ଳଜାନ ଘରେ ରହିଗଲା।”
ସ୍ତବ୍ଧ ଜନତା ଲୁହ ପୋଛୁ ପୋଛୁ ଭାବୁଥିଲେ ଆଉ କେତେ ଦିନ ଅମ୍ଳଜାନର ଅଭାବକୁ ନେଇ ଏପରି କରୁଣ ଦୃଶ୍ୟ ଦେଖିବାକୁ ହେବ !!
ଏକ ମନଛୁଆଁ ଗଳ୍ପ। କରୋନା ମହାମାରୀ ଆମମାନଙ୍କୁ ଅମ୍ଳଜାନର ପ୍ରକୃତ ମହତ୍ବ ବୁଝାଇଦେଲା।
ଜୟ ଜଗନ୍ନାଥ। ଅତି ସୁନ୍ଦର୍ ଉପସ୍ଥାପନା।
Well composed on oxygen crisis.
Lekhati Bahut bhala hoichhi.
ବାସ୍ତବିକ ଗଳ୍ପଟି ଆଦୌ ଭଲ ଲାଗିଲା ନାହିଁ… ମୁଁ ତ ୟାକୁ ଗଳ୍ପ ବୋଲି ଜମା ଆଖ୍ୟା ଦେବି ନାହିଁ… ଏଥିରେ ନା ଆକର୍ଷଣ କଲା ଭଳି ଶବ୍ଦ ଅଛି ନା ଅଛି ବିଷୟବସ୍ତୁର କିଛି ବି ଚମକ… ଅତ୍ୟନ୍ତ ନିମ୍ନ ମାନର….