- ଗଳ୍ପର ନାୟକ କ’ଣ ଧାଇଁଥିଲା ଏକ ମରୀଚିକା ପଛରେ? ‘କାମନା’ ବି ତ ଏକ ମରୀଚିକା ଠାରୁ କିଛି କମ ନ ଥିଲା, ଯାହାକୁ ନାୟକ ସହଜରେ ହାସଲ କରିପାରିଥାନ୍ତା।
ଏହି କାହାଣୀର ଯିଏ ନାୟକ, ତାଙ୍କ ପଡ଼ିଶା ଘରେ ରହୁଥିବା ଝିଅଟିର ନାମ ହେଲା ସୁଶ୍ରୀ କାମନା। ବୟସରେ ସେ ତା’ଠାରୁ ଚାରି ପାଞ୍ଚବର୍ଷ ସାନ। ଏଠି କିନ୍ତୁ ଅନିବାର୍ଯ୍ୟ କାରଣ ବଶତଃ ନାୟକର ନାମ ଏବଂ ଅନ୍ୟାନ୍ୟ ତଥ୍ୟ ଗୋପନୀୟ ରଖିବା ନିହାତି ଆବଶ୍ୟକ। ତେବେ ସିଏ ଯେବେ ପଞ୍ଚମ ଶ୍ରେଣୀକୁ ଆସିଲା ସେତେବେଳେ କାମନା ସ୍କୁଲ ଯିବା ଆରମ୍ଭ କରିଥିଲା। ସ୍କୁଲ ଯିବା ଆସିବା ସମୟରେ ସେତେବେଳେ ବି ସେ କାମନାକୁ ଖଟାମିଠା ଲଜେନ୍ସ, ଟଫି, ଲଲିପପ୍ ବା ଚକୋଲେଟ୍ ଦେବାକୁ ଚେଷ୍ଟା କରେ, ସବୁ ସମୟରେ କିନ୍ତୁ ଝିଅଟି “ନାହିଁ ମୋର ଦରକାର ନାହିଁ, ବା ମୋର ପସନ୍ଦ ନୁହେଁ” କହି ତାହା ନେବା ପାଇଁ ମନା କରିଦିଏ। ଏଭଳି ମନା କରିବା ଯୋଗୁଁ ପୁଅଟିର ମନ ଖରାପ ହୋଇଯାଏ।
କାମନା ସପ୍ତମ ଶ୍ରେଣୀ ପାସ୍ କରିବା ବେଳକୁ ସେ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ନାମ ଲେଖାଇଲା। ବୟକଟ୍ ହେଆର ଷ୍ଟାଇଲ୍ ସତ୍ତ୍ୱେ ଏକ ସୁନ୍ଦର ବାଳିକାରେ ପରିଣତ ହୋଇସାରିଥିଲା କାମନା। ଜନ୍ମଦିନରେ ତାକୁ ଉପହାର ଦେବା ପାଇଁ ସେ ‘ପାର୍କର ଗୋଲ୍ଡ’ କଲମଟେ କିଣିଲା, ଝିଅଟି କିନ୍ତୁ ଧନ୍ୟବାଦର ସହିତ ତାହା ଫେରାଇଦେଲା।
ଏହି ଯୁବ ନାୟକ ଜଣକ ଇଞ୍ଜିନିୟର ହୋଇସାରିଲା ବେଳକୁ ‘ବାର୍ବିଡଲ୍’ ଭଳି ଦେଖାଯାଇଥିବା କାମନା କଲେଜ ଯିବାକୁ ଲାଗିଲା। ଇଞ୍ଜିନିୟର ହୋଇ ସେ ବହୁତ ପଇସା ରୋଜଗାର କରିବା ପରେ ହୀରାର ଗୋଟିଏ ମୁଦି କିଣି ସବୁବେଳେ ପକେଟରେ ରଖି ବୁଲିଲା। ଅନେକଥର କାମନା ସହିତ ଏକାନ୍ତରେ ବସି ଚା’ କଫି ପିଇବାର ମଉକା ଖୋଜିଲା। ତେବେ ଏଭଳି ପ୍ରସ୍ତାବ ଶୁଣିବା ମାତ୍ରେ ‘ନା… ଆଜି ନୁହେଁ’ କହି ଝିଅଟି ଦୌଡ଼ି ପଳାଏ।
ଚାରି ପାଞ୍ଚବର୍ଷ ପରେ ଇଞ୍ଜିନିୟର ବାବୁକୁ ଯେତେବେଳେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପକ୍ଷରୁ ଆମେରିକା ଯିବାର ପ୍ରସ୍ତାବ ମିଳିଲା, ସେତେବେଳେ ତା’ ସାମ୍ନାରେ ସ୍ବପ୍ନର ସ୍ଵର୍ଗ ନାଚି ଉଠିଲା। ଭାବିଲା ଆମେରିକା ଯିବା ପୂର୍ବରୁ ହୀରା ମୁଦିଟିକୁ କାମନାର ଆଙ୍ଗୁଳିରେ ପିନ୍ଧାଇଦେଲେ ଭଲ ହେବ। କିନ୍ତୁ ଯାବତୀୟ ଚେଷ୍ଟା ସତ୍ତ୍ଵେ ସୁନ୍ଦରୀ ଝିଅଟି ତା’ର ଧର୍ମପତ୍ନୀ ହେବା ପାଇଁ ରାଜି ହେଲାନି। ‘ବିବାହ ଏବେ ନୁହେଁ’ କହି ଆଡେଇ ଗଲା।
ନାୟକ ଜଣକ ବର୍ଷରେ ଥରେ ଘରକୁ ଆସେ ଆଉ ପ୍ରତିଥର ନିରାଶ ହୋଇ ଫେରେ। ସେହି ଦିନମାନଙ୍କରେ ତା’ ସ୍ଵପ୍ନରେ ଦେଶୀ-ବିଦେଶୀ ଫିଲ୍ମ ହିରୋଇନମାନଙ୍କର ମାପଚୁପକରା ଅଙ୍ଗସୌଷ୍ଣବ, ମାଗାଜିନମାନଙ୍କର ଚିକ୍କଣ ରଙ୍ଗିନ ପୃଷ୍ଠାରେ ଛପା ଯାଇଥିବା ନ୍ୟୁଡ- ମଡେଲମାନଙ୍କର ଫଟୋ ଚକ୍କର କାଟିବାରେ ଲାଗିଥିଲା। ଫ୍ଲାଟରେ ମାଦକ ସଙ୍ଗୀତ ଶୁଣି ନିଜକୁ ହଜାଇ ଦେଉଥିଲା। ନିସଙ୍ଗ ଜୀବନକୁ ଆନନ୍ଦମୟ କରିବା ପାଇଁ ‘ବ୍ଳୁଚିପ୍ ଶେୟାର’ ଓ ‘ମର୍ସିଡେଜ୍’ କାର କିଣିବା ସହିତ କେତେବେଳେ ‘ରୋଲେକ୍ସ’ ବା ‘ଓମେଗା’ ଘଡ଼ି ତଥା ଲିମିଟେଡ଼୍ ଏସିଡନର ‘ମଁ ବ୍ଲାଁ’ ପେନ୍ ମଧ୍ୟ କିଣିବାକୁ ଲାଗିଲା। ‘ଜୟ’ର ମହକ ଆଘ୍ରାଣ କରିବା ସହିତ ‘ରୟାଲ ସାଲ୍ୟୁଟ୍’ର ସ୍ବାଦ ସହିତ ଭଲ ଭାବେ ପରିଚିତ ହୋଇଗଲା। ତେବେ ଯେତେ ଯାହା ହେଲେ ବି ତା’ର ପ୍ରତ୍ୟେକ ଶ୍ବାସ ପ୍ରଶ୍ୱାସରେ କାମନା ହିଁ ରହିଥିଲା। ଛୁଟିରେ ସମୁଦ୍ର କୂଳରେ ସେ କାମନାକୁ ହିଁ ଖୋଜିବାରେ ଲାଗିଲା। ଏବଂ ତା’ର ଅବଚେତନ ମନରେ ବିକିନି ପିନ୍ଧା ସମସ୍ତ ଝିଅ କାମନାର ରୂପ ଧାରଣ କରି ତାକୁ ଚୁମିବାର ପ୍ରୟାସ କରୁଥିଲେ। ହୋସରେ ଆସିବା ପରେ ଜଣାପଡୁଥିଲା ଯେ, ପବନରେ ମଲାମାଛମାନଙ୍କର ଗନ୍ଧ ଆସିବାରେ ଲାଗିଛି ଏବଂ ସୂର୍ଯ୍ୟ କେତେବେଳୁ ଅସ୍ତ ହୋଇସାରିଛି।
ଅନ୍ୟ ଦିଗରେ କାମନା ଅର୍ଥଶାସ୍ତ୍ରରେ ଏମ.ଏ କରିସାରିବା ପରେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ଏମ୍.ବି.ଏ, ଏବଂ ପିଏଚ୍.ଡି କଲା। ନାମୀଦାମୀ କମ୍ପାନୀମାନଙ୍କୁ ବିଜନେସ୍ ଆଡଭାଇସ୍ ଦେଉ ଦେଉ ନିଜର ଇନ୍ସିଓରାନ୍ସ ଆଣ୍ଡ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀର ମାଲିକାଣୀ ବନିଗଲା। ଅଲଗା ଅଲଗା ଜାତିର କୁକୁର ମଧ୍ୟ ପାଳିଲା। ତା’ ମସ୍ତିଷ୍କରେ ପ୍ରତ୍ୟେକ ‘ବ୍ରାଣ୍ଡ’ର ବଜାର ରାତିରେ ଖୋଲିବା ସହିତ ସକାଳୁ ବନ୍ଦ ହେବାକୁ ଲାଗିଲା। ମିଲିୟନ ବିଲିୟନ ଡଲାର, ପାଉଣ୍ଡ, ୟୁରୋ, ୟେନ୍ ଆଦି ତା’ କମ୍ପାନୀର ଇସାରାରେ ଉପର ତଳ ହେବାକୁ ଲାଗିଲେ। ଶୁଙ୍ଘିବାର ମାତ୍ରେ କାମନା ଜାଣିପାରୁଥିଲା କି କେଉଁ ମହଙ୍ଗା ବା ଶସ୍ତା ପରଫ୍ୟୁମ୍ ସ୍ପ୍ରେ କରି ‘ମିସ୍ ୱାଲର୍ଡ’ ପ୍ରତିଯୋଗୀମାନେ ଅନ୍ୟକୁ ଆକର୍ଷିତ କରୁଛନ୍ତି।
ଯାହା ହେଉ… ନିଜ ଗତିରେ ଧାଇଁବାକୁ ଲାଗିଥିଲା ସମୟ ଏବଂ ନାୟକ ନାୟିକା ମଧ୍ୟ ନିଜସ୍ଵ ଗତିରେ ସମୟ ସହିତ ତାଳ ଦେଇ ଆଗକୁ ବଢୁଥିଲେ। ଦୁନିଆ ଭ୍ରମଣ କରୁକରୁ ଦିନେ ଦୁହେଁଯାକ ଏୟାରପୋର୍ଟରେ ସାମ୍ନାସାମ୍ନି ହୋଇଗଲେ। ନାୟକ ଏଥର ହୀରାର ମୁଦ୍ରିକା ସହିତ ନିଜ ନୂଆ କମ୍ପାନୀରେ ପାର୍ଟନର ହେବାର ପ୍ରସ୍ତାବ ମଧ୍ୟ ଦେଇଦେଲା। ଭାବିଲା- ଝିଅ ଏବେ ନିଶ୍ଚୟ ଧରାଦେବ… ଯିବ କୁଆଡ଼େ!
କାମନା ତା’ର କଥା ଶୁଣିଲା। ଭାବିଲା, ‘ମୋତେ ସେ ଏପର୍ଯ୍ୟନ୍ତ ବୁଝିନି କି କେବେବୁଝି ପାରିବନି।’ ଓଠରେ ଲାଗିଥିବା ସିଗାରେଟକୁ ଆସ୍-ଟ୍ରେରେ ଲିଭାଇ କହିଲା- “ଧନ୍ୟବାଦ… କିନ୍ତୁ ଏବେ ତ ଆପଣଙ୍କ କମ୍ପାନୀର ୫୫ ପ୍ରତିଶତ ଶେୟାର ମୋ’ ନାଁରେ ହୋଇଯାଇଛି । ଏଇ ଦେଖ… ଏବେ କିଛି ସମୟ ପୂର୍ବରୁ ମେଲ ଆସିଛି।”
କଫି କପ୍ ତା’ ହାତରୁ ଖସି ଚଟାଣ ଉପରେ ବିଛାଡ଼ି ହୋଇପଡ଼ିଲା। ଆଉ ସେ “କାମନା ଶୁଣ… ଟିକେ ଶୁଣ… କାମନା ରୁହ…” କହି କହି ଅନୁନୟ କରିବାରେ ଲାଗିଲା।
ଦେଖୁ ଦେଖୁ ସୁଶ୍ରୀ କାମନା ନିଜ ଲ୍ୟାପଟପ୍ ବନ୍ଦ କରି ଏୟାରପୋର୍ଟର ଲାଉଞ୍ଜରୁ ଭିତରକୁ ଚାଲିଗଲା ଏବଂ କିଛି ସମୟ ମଧ୍ୟରେ ଆକାଶରେ ଉଡ଼ିଗଲା। ସାମ୍ନାରେ ଲାଗିଥିବା ସ୍କ୍ରିନରେ ଗୋଟିଏ ପରେ ଗୋଟିଏ ଛାୟା ଆସି ମିଳେଇ ଯିବାରେ ଲାଗିଥିଲା।
That’s why it is said, “Never underestimate a woman”. Thank you for the nice story.
ସୁନ୍ଦର୍ ଅନୁବାଦ। ଜୟ ଜଗନ୍ନାଥ।
Give always respect to women.
Thanks
Theme was good but speed is more than a super car, so much activities within a page.
Odia translation would be better if precisely elaborating the mentality not the matters. not a line to line translation.
theme was good but speed is more than a super car, so much activities within a page.
odia translation would be better if precisely elaborating the mentality not the matters. not a line to line translation.