- କବୟତ୍ରୀଙ୍କ କଲମରେ ରୂପାୟିତ ଗ୍ରୀଷ୍ମ-କାଳୀନ ଅଦିନ ମେଘର ଚିତ୍ର ।
ବର୍ଷା ଆସେ ଥରକୁ ଥର, ଆମାଜନ୍ ରୁ
ପାର୍ସଲ ଆସିଲା ପରି,
ମୌସୁମୀ ବାୟୁର ଦେଖା ନାହିଁ, ବାତ୍ୟା
ପଠାଏ ମେଘ ଦୟାକରି।
ଆରବ ସାଗର ମେଘରୁ ପୁଳାଏ
ଆସିଥିଲା ବାଟ କାଟି,
ତାଆରି ପଛକୁ ବଙ୍ଗୋପ ବି ଦେଲା
ବର୍ଷା ଦି ଅସରା ଛାଟି।
ଏ ଅଦିନ ମେଘର ଯିବା ଆସିବାରେ
ଗ୍ରୀଷ୍ମ ଭୁଲିନି କେବେ,
ତା ଦତ୍ତ ସମୟ ଯାଇନି ଏଯାଏଁ
ତାର ରାଜୁତି ଏବେ।
ଶୀତଳତା ଯାଏ ମେଘ ସହ ଚାଲି
ଗ୍ରୀଷ୍ମ ଦେଖାଏ ପ୍ରତିପତ୍ତି,
ମେଘ ବର୍ଷା କୁ ଝୁରି ହେଉ ଯେବେ
ଦେଖାଏ ସେ ଲାଲି ଆଖି।
ଅସହ୍ୟ ଗରମ ଛଟପଟ ପ୍ରାଣ
ଦାରୁଣ ସମୟ ଏହା,
ଗଛ, ଲତା, ପ୍ରାଣୀ ଅସ୍ଥିର ସଭିଏଁ
ନିଶ୍ଚଳ ପବନ ଯାହା।
ପ୍ରକୃତିର କେବେ ହୁଏ ଯେବେ ଦୟା
ବରଷା ପବନ ଆସେ,
ଦାମିନୀ ଚମକେ ଗଛ ଆଢୁଆଳେ
ଧରା ଶାନ୍ତ ହେଇ ହସେ।
Sundar upasthapana.
ଅଦିନ ମେଘର ସୁନ୍ଦର ବର୍ଣ୍ଣନା। ଜୟ ଜଗନ୍ନାଥ।