ଆମ ଲେଂଗୁଏଜ୍‌, କଲ୍‌ଚର୍‌

  • ଆମ ନିଜ ମାତୃଭାଷା ପ୍ରତି ଆମମାନଙ୍କର ମତିଗତିକୁ ପ୍ରଶ୍ନ କରିଛନ୍ତି କବି ।
ପ୍ରଫୁଲ୍ଲ କୁମାର ତ୍ରିପାଠୀ

ମଦର୍‌ଲ୍ୟାଂଡ୍‌ ଓ ମଦର୍‌ଟଂଗ୍‌
ଲୋଡ଼ଂତି ସେବା ଓ ଯତ୍ନ
ଟାୟାର୍ଡ୍‌ ନ ହୋଇ କରିଚାଲିଲେ
ମିଳିଥାଏ ଧନ ରତ୍ନ

ପୂର୍ବର ପୋଏଟ୍‌, ରାଇଟର୍‌ମାନେ
କହିଛଂତି ଏହି କଥା
ଫ୍ରିକ୍ବେଂଟ୍‌ଲି ଶୁଣି ପଢ଼ି ସୁଦ୍ଧା
ବୁଝୁନି ଆମର୍‌ ମଥା

ଆମ ଲେଂଗୁଏଜ୍‌, ଆମ କଲ୍‌ଚର୍‌
କରିଛି ବିଶ୍ବବିଜୟ
ତେବେ ବି କାହାର ମନରୁ ହଟୁନି
ଭାଷା ପ୍ରତି ଥିବା ଭୟ

ୟୁଜ୍‌ ନ କରି ରିଫ୍ୟୁଜ୍‌ କରିବା
ହେଲାଣି ଲୋକ-ଅଭ୍ୟାସ
କରେଜିଅସ୍‌ ହୋଇ କରିବାକୁ ହେବ
ଏବେ ହିଁ ତାର ବିନାଶ

ଟେକ୍‌ନୋଲଜି ଏବେ ଯୋଗାଇ ପାରୁଛି
ଭାଷାକୁ ନୂତନ ବଳ
କିଛି ବି ନ କରି ବହୁତ ଲୋକ
ଚାହିଁ ରହିଛୁଁ କେବଳ

ଏହି ଲେଖା ଦେଖି ଯିଏ ବି ଭାବିବେ
ଏହା ଅଟେ ତୁଛା ବ୍ୟଂଗ
ପୂର୍ବଥର ଭଳି ଏବେ ବି ହେବନି
ତାଂକର ନିଦ୍ରାଭଂଗ

One thought on “ଆମ ଲେଂଗୁଏଜ୍‌, କଲ୍‌ଚର୍‌

  1. ଯୁକ୍ତାକ୍ଷର ଯେତେ ଲେଖିବାନି ଆମେ
    ବର୍ଣ୍ଣକୁ ବୁଡ଼ାଇ ଦେବା
    ଅନୁସ୍ବାର ଶବ୍ଦ ଶୁଦ୍ଧ ଉଚ୍ଚାରଣ
    ମନକୁ ଦେଖାଇ ହେବା !

Leave a Reply

Your email address will not be published. Required fields are marked *