- ଏକ ସମ୍ବଲପୁରୀ କବିତା ଓ ତାହାର ଓଡ଼ିଆ ଭାଷାନ୍ତର।
ମାଏଟ୍ ଉପ୍ରେଁ ପାଦ୍ ଥିସି ବଲି
ମୁଡ଼୍ ପାର୍ସୁଁ ଟେକି
ପାଦ୍ ସଁଭ୍ଲାଲେଁ କେତେ କାଣା ହେସି
ସଭେ ପାର୍ସନ୍ ଦେଖି
ପାଦ୍କେ ଢାପି ଲୁକେଇ ରଖ୍ସୁଁ
ଦେଖଉଥିସୁଁ ମୁହୁଁ
ଇଥିର୍ ଲାଗି ତ ନୁହେଶୁଖେ କେଭେଁ
ମୁନୁଷ୍ ଆଖି’ନୁ ଲୁହୁ
ଯେନ୍ ଦୁଇ ଗୋଡ଼୍ ଗୁଟା ଦିହିକେ
ହର୍ଘଡ଼ି ଥିସନ୍ ବୁହି
ସବୁ ଅପମାନ୍ ସହିକରି ଭିଲ୍
ସାଂଗେ ଥିସନ୍ ରହି
ଗୋଡ଼୍ ଦୁଇଟାକେ ଚଂଚଲ୍ କରି
ମୁଡ଼୍କେ ରଖ୍ଲେଁ ଥିର୍
ହାତ୍ ଲଗେଇ ବୁତା କରୁଥିଲେଁ
ବନ୍ମା କର୍ମବୀର୍
ମୁଡ଼୍କେ ଏତ୍କେଁ ଆଏତେଁ ରଖ୍ଲେଁ
ଟୁଁଡ଼୍ ନାଇଁକହେ କଥା
ସାରା ପୁର୍ଥୀ ବୁଲି ଆଏଲେଁ ଭିଲ୍
ଗୋଡ଼୍ ନାଇଁହୁଏ ଅଥା
ଓଡ଼ିଆ ଭାଷାନ୍ତର:
ଗୋଡ଼ ଓ ମୁଂଡ
ଗୋଡ଼ ଓ ମୁଂଡ
ମାଟି ଉପରେ ପାଦ ଥାଏ ବୋଲି
ପାରୁଛୁଁ ମୁଂଡ ଟେକି
ପାଦ୍ ସଂଭାଳିଲେ କେତେ କ’ଣ ହୁଏ
ସଭିଏଁ ପାରଂତି ଦେଖି।
ପାଦକୁ ଘୋଡ଼ାଇ, ଲୁଚାଇ ରଖୁଁ
ଦେଖାଉଥାଉଁ ମୁହଁ
ସେଇଥି ପାଇଁ ତ ଶୁଖେନି କେବେ
ମଣିଷ ଆଖିର ଲୁହ।
ଯେଉଁ ଦୁଇ ଗୋଡ଼ ଗୋଟା ଦେହକୁ
ସର୍ବଦା ଥାଆଂତି ବୋହି
ସବୁ ଅପମାନ ସହି ନେଇ ସୁଦ୍ଧା
ସାଂଗରେ ଥାଆଂତି ରହି।
ଗୋଡ଼ ଦୁଇଟିକୁ ଚଂଚଳ କରି
ମୁଂଡକୁ ରଖିଲେ ସ୍ଥିର
ହାତ ଲଗାଇ କାମ କରୁଥିଲେ
ବନିବା କର୍ମବୀର।
ମୁଂଡକୁ ଏଣିକି ଆୟତ୍ତ କଲେ
ତୁଂଡ କହିବନି କଥା
ସାରା ପୃଥିବୀ ବୁଲି ଆସିଲେ ବି
ଗୋଡ଼ ପାଇବନି ବଥା।
କେନ୍ ଅପମାନ୍ କଥା କହୁଛନ୍ ହେଲେ
ମୁଇଁ ବୁଝି ତ ନାଇଁ ପାର୍ ଲି
ମୁଡ୍ କେ ଯେନ୍ତା ସମ୍ମାନ କଲି
ଗୋଡ୍ ବି ହେନ୍ତା କର୍ ଲି
ଆମେ ଟୁକେଲ୍ ମାନେ ତ
ଗୋଡ୍ କେ ସଜେଇକରି ରଖ୍ ସୁଁ
ପାଇଝୋଲ୍ ଆଉ ଗୋଡ୍ ମୁଦି ପିନ୍ଧି
ପାଦେ ଅଲ୍ ତା ର୍ ଗାର୍ ଦେସୁଁ
ନେଲ୍ ପଲିସ୍ କେ କେତେଥର
ବଦଳା ବଦଳି କରସୁଁ
ଗୋଡ୍ ଦୁଇଟାକେ ମୁଡ୍ ମିତାଲ୍
ଭଲ୍ କରି ରଖ୍ ସୁଁ
ଓଡ଼ିଆ ଭାଷାନ୍ତର:
କୋଉ ଅପମାନ କଥା କହୁଛନ୍ତି
ଆପଣ ମୁଁ ବୁଝି ପାରୁନି
ମୁଣ୍ଡକୁ ଯେତେ ସମ୍ମାନ କରେ
ଗୋଡ଼କୁ ବି କମ୍ କରେନି
ଆମେ ଝିଅମାନେ ତ
ଗୋଡ଼ ପାଦ ସଜେଇକି ରଖୁ
ପାୟଲ ଆଉ ଗୋଡ଼ମୁଦି ପିନ୍ଧି
ଅଳତାର ଲେପ ମାଖୁ
ନେଲ୍ ପଲିସ୍ କୁ କେତେ
ବଦଳା ବଦଳି କରୁ
ଗୋଡ଼ ଦୁଇଟିକୁ ମୁଣ୍ଡ ପରି
ମୁଣ୍ଡରେ ବସେଇ ରଖୁ
Very interesting . Aradhana Mishra’s rejoinder is as fascinating as the poem by PKT. It doesn’t matter whether the reader knows Kosali language. The appeal of both versions : Kosali and Odia is universal.