- ଆଉ ଗୁଡାଏ କହନା । ମୁଁ କାଶିପୁର କହୁଛି । ହଁ ,ମୁଁ କାଶିପୁର ।
ଓଡ଼ିଆ, କହିଲେ ଯେମିତି ଆମେ ନିଆଁରେ ମୁତିଛୁ ! କଣ କରିଦେଲୁକି? ନିଇତି ଶୁଣୁଛୁ କଳାହାଣ୍ଡି, କାଶିପୁର। ଟାକୁଆ ଖେଚେଡି, ପିଲା ବିକ୍ରି। ମୁଁ ବି ଦେଖିନି, ଦେଖିବା ସୁଯୋଗ ପାଇନି। ପେଟ ପାଇଁ ଜୀବନର ପଚାଶବର୍ଷ ବିତାଇ ଦେଲିଣି ଦିଲ୍ଲୀ ନଗରୀରେ। ସରକାରୀ ଚାକିରି ସମୟରେ ଦିଲ୍ଲୀର ନର୍ଥ ଆଭିନ୍ୟୁର ‘ସେଣ୍ଟ୍ରାଲ ଗଭର୍ଣମେଣ୍ଟ ହେଲ୍ଥସ୍କିମ ଡିସ୍ପେନସରୀ’ରେ ସି.ଏମ୍.ଓ ଇନ୍ଚାର୍ଜ୍ ରୂପେ ପୋଷ୍ଟିଙ୍ଗ ହୋଇଥାଏ। ଦୁଇ ହଜାର ମସିହା କଥା। ଏହା ଭିଆଇପି ମାନଙ୍କର ସେବା ପାଇଁ ଉଦ୍ଦିଷ୍ଟ ଥିଲା। ଦିନେ ଜଣେ ରେଡିଓ ପତ୍ରକାର ଆସି ପଚାରିଲେ, “ଡକ୍ଟର ସାହେବ, ଆପ୍ କହାଁକେ ହୈ?” ମୁଁ କହିଲି, “ଓଡ଼ିଶା ସେ।” ନଶୁଣିଲା ପରି ସେ ଦୋହରାଇଲେ, “କହାଁ ସେ?” ମୁଁ ଉତ୍ତର ଦେଲି, “ଓଡ଼ିଶା, ଦି ଲ୍ୟାଣ୍ଡ ଅଫ୍ ଜଗନ୍ନାଥ।” ଲୋକଟାର ଅହଂକାର ଦେଖନ୍ତୁ। କହିଲା, “ଲ୍ୟାଣ୍ଡ ଅଫ୍ କାଲାହାଣ୍ଡି ଆଣ୍ଡ କାଶିପୁର ଅଲସୋ।” ଜାଣିଥିଲି ସେ ଏହାହିଁ କହିବ। ସେଥିପାଇଁ ମୁଁ ପ୍ରସ୍ତୁତ ଥିଲି। ଭାବିଲି ଆଜି ଶୁଣେଇବି। ଚଲେଇଦେବି ବୁଲେଟ୍। ସାଙ୍ଗେ ସାଙ୍ଗେ ଆରମ୍ଭ କରିଦେଲି, “ହାଭ୍ ୟୁ ସିନ୍ କାଲାହାଣ୍ଡି ? ହୁ ଇଜ୍ ରେସ୍ପନସିବଲ୍ ଫର କାଲାହାଣ୍ଡି? ଆଫ୍ଟର ଫିଫ୍ଟି ଥ୍ରି ଇୟର୍ସ ଅଫ ଇଣ୍ଡିପେଣ୍ଡେନ୍ସ ୟୂ ଆର କଟିଂ ଜୋକ୍ ଉଇଥ୍ କାଲାହାଣ୍ଡି? କମ୍ ଉଇଥ୍ ମି। ଆଇ ଉଇଲ୍ ସୋ ୟୁ କାଲାହାଣ୍ଡି , ରାଇଟ୍ ଫ୍ରମ୍ ଦି ରୁଫ୍ ଅଫ୍ ବିକାଶ ମୀନାର। ଇଫ୍ ୟୁ ସି ଡାଉନ୍ ବିଲୋ ଦେୟାର ଷ୍ଟାଣ୍ଡସ୍ କାଲାହାଣ୍ଡି। ମଜାକ ବନା ରହେହୋ କାଲାହାଣ୍ଡି କା? ୟୁ ଜର୍ଣାଲିଷ୍ଟ୍ ଆଣ୍ଡ ଦିଜ୍ ପଲିଟିସିଆନ୍ସ୍ ହାଭ୍ କ୍ରିଏଟେଡ୍ କାଲାହାଣ୍ଡି, ଆଣ୍ଡ ଲାଫିଙ୍ଗ ଅନ୍ ଇଟ୍ସ ମିଜେରିଜ୍? ସେମ୍ ଅନ୍ ୟୁ !”
ସେ ଥତମତ ହୋଇ କହିଲେ, “ଆପ ଗୁସା ହୋ ଗୟେ?” ଆହତ ସ୍ବରରେ କହିଲି, “ୟେସ୍ ଆଇ ଆମ୍ !”
ବାଇଶି ବର୍ଷ ପରେ ମୋର ଗୋଟିଏ ସାନଭାଇ ଅମୁଲ୍ୟ, ଦୈନିକ ସମ୍ଵାଦପତ୍ର ସମାଜରେ କାମ କରେ, ତାରି ଠାରୁ ଶୁଣିଲି, କାଶିପୁର ବ୍ଲକ୍ ର ଚେୟାରମ୍ୟାନ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଲଫୋନ୍ସୋ ଆମ୍ବ ଚାଷ କରି ଆଦିବାସୀ ମାନଙ୍କୁ ଟ୍ରେନିଂ ଦେଇ ପାହାଡରେ ଆମ୍ବ ବଗିଚା କରିବା ଶିଖାଉଛନ୍ତି। ସେମାନଙ୍କୁ ପଚାରିବାରୁ କହନ୍ତି, ମହାପାତ୍ର ସାରଙ୍କ ଠାରୁ ଶିଖିଛୁ।
କୁଆଡେ ଗଲେ ସେମାନେ? ସେ ନେସନାଲ୍ ଲେଭୁଲ୍ ପତ୍ରକାର? କାଶିପୁରକୁ ବଦନାମ କରିସାରି କଣ ପାଇଲ? ପଚାରୁଛି ଆମ କାଶିପୁର ମାଟି, “ଏତେ ବେଳକୁ ଚୁପ୍ କାହିଁକି? ମୋ ଆଲଫୋନସୋ ବର୍ତ୍ତମାନ ବିଶ୍ୱ ବଜାରରେ। କେହି ତ ପଦେ ଲେଖୁ ନାହିଁ। ମୋ ପିଲାମାନେ କଣ ଆମ୍ବ ଟାକୁଆ ଜାଉ ଖାଇ ମରିଗଲେ ଯେ ଚାଲିଲା କି ପ୍ରଚାର ! ମୁଁ ଟାକୁଆ ଖାଇ ତୁମକୁ ଆମ୍ବ ଖୁଆଉଛି, ସେ ପୁଣି ଆଲଫୋନ୍ସୋ। ଟିକିଏ ଧନ୍ୟବାଦ ଦେବାକୁ ତୁମକୁ ବିଧାତା କହୁନାହିଁ? ନ କହ ମୁଁ ଜାଣିଛି, ନିଜକୁ କିପରି ବଞ୍ଚାଇବାକୁ ହେବ। କେବେ ଆସ, ଦେଖାହେଲେ କହିବି। ବନ୍ଦକର ଏ ସବୁ ପଲିଟିକ୍ସ ସାର୍। ମୁଁ ଜାଣିଛି କିପରି ସ୍ବାଭିମାନ ସହ ଜିଇଁବାକୁ ହୁଏ। ଚିହ୍ନିଛି ,ତୁମପରି ପତ୍ରକାରଙ୍କୁ , ତାଙ୍କ ଭଳି ନେତାଙ୍କୁ। ଆଉ ଗୁଡାଏ କହନା । ମୁଁ କାଶିପୁର କହୁଛି । ହଁ ମୁଁ କାଶିପୁର।”
ଡକ୍ଟର ଦାଶଙ୍କୁ ଅଭିନନ୍ଦନ !
ଭଲ ଚାପୁଡାଟେ ମାରିଲେ ପତ୍ରକାର ଙ୍କ ଅଜ୍ଞାନ-ଗର୍ବିତ ଗାଲରେ !
ଏଭଳି ଅନୁଭୂତି ଅନେକ ଓଡ଼ିଆ ଙ୍କର ହେଇଛି ବିଭିନ୍ନ ସମୟରେ।
ମୁଁ ବି ଆଇଏଏସ ଇଣ୍ଟରଭିଉ କୁ ଆସିଥିବା ଜଣେ ଅଜ୍ଞ ପିଲାକୁ ଏଇଥିପାଇଁ ତିରସ୍କାର କରିଥିଲି।
ଆସନ୍ତୁ ଆମେ ସମସ୍ତେ ଡକ୍ଟର ଦାଶଙ୍କ ଭଳି ଓଡ଼ିଶାର ସମ୍ମାନ ରକ୍ଷା ପାଇଁ ଫଣା ଟେକିବା! ତାହେଲେ ଯାଇ ଅଜ୍ଞ ଲୋକେ ଜାଣିବେ ! ଆମ ସରକାର ଙ୍କୁ ମଧ୍ୟ ‘କଳାହାଣ୍ଡି ଭାତହାଣ୍ଡି’ ଆଦି ବିଷୟରେ ଜାତୀୟ ସ୍ତରରେ ସଘନ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପଡିବ। ଖାଲି ‘ଜୁଗରନାଟ୍’ ଘୋଷବାକ୍ୟରେ ଏହା ସମ୍ଭବ ନୁହେଁ !
ନା’ କଣ କହୁଛନ୍ତି ଆପଣ?
ଧନ୍ୟବାଦ ଅଭୟ, ଯାହା ଲେଖିଛ ସତ କଥା। ଏମାନେ ମାଛି ସାମ୍ବାଦିକ। କେବଳ ଖରାପକୁ ଏମାନେ ପ୍ରଚାର କରିବେ।