ମରିସସରେ ଓଡ଼ିଆ ଗିରମିଟିଆ ସାହିତ୍ୟ ସମସ୍ତଙ୍କ ଅଗୋଚରରେ ମରିଯିବା ଅତ୍ୟନ୍ତ ପରିତାପର ବିଷୟ।
ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଭାରତରୁ ପୃଥିବୀର ଅନ୍ୟ ଉପନିବେଶ ଦେଶମାନଙ୍କୁ କ୍ରୀତଦାସ ପଠା ଯାଉଥିଲା। ବିଶେଷକରି ପୂର୍ବଭାରତରୁ ଅନେକେ ପର୍ଯ୍ୟାୟ କ୍ରମେ ଫିଜି, ମରିସସ, ସୂରିନାମ, ମଡାଗସ୍କାର ଓ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେଠାରେ ସେମାନେ ଆଖୁ ଓ ଅନ୍ୟାନ୍ୟ ଚାଷରେ ନିୟୋଜିତ ହୋଇଥିଲେ।
ମରିସସକୁ କେବଳ ଓଡିଶାରୁ ୩୫୦୦ ରୁ ଅଧିକ ଓଡ଼ିଆ କଲିକତା ଓ ମାଡ୍ରାସ ଦେଇ ଯାଇଥିଲେ। ଯେତେବେଳେ ଲୋକେ ଆର୍ଥିକ ଅନଟନରେ, ନୂଆ ଜୀବନ ଓ ଜୀବିକା ଅନ୍ବେଷଣରେ ଅନ୍ୟ ଦେଶକୁ ଯାଉଥାନ୍ତି, ନିଜର ଆତ୍ମୀୟ ସ୍ୱଜନ, ଗାଁ ପରିବେଶ, ସଂସ୍କୃତି ଓ ପରମ୍ପରାକୁ ବହୁତ ମନେ ପକାନ୍ତି। ଯଦିଓ ଗିରମିଟିଆ (ଏଗ୍ରିମେଣ୍ଟ ଶବ୍ଦର ଅପଭ୍ରଂଶ)ମାନେ ନିଜର ଦେଶକୁ ଫେରିଆସିବା ସମ୍ପୂର୍ଣ ଅସମ୍ଭବ ଓ ଅବାସ୍ତବ ଥିଲା, ସେମାନେ ନିଜର ଯାହା କିଛି ଅନୁଭୂତି, ଭଜନ କୀର୍ତ୍ତନ ଓ ପରମ୍ପରାକୁ ନୂଆ ସ୍ଥାନରେ ବଞ୍ଚେଇ ରଖିବାର ପ୍ରଚେଷ୍ଟାରେ ନିଜକୁ ନିୟୋଜିତ କରିଥିଲେ। ସେମାନେ ସମ୍ପୂର୍ଣ ନିରକ୍ଷର ନଥିଲେ, କେତେକ ଓଡ଼ିଆ ପଢି ଓ ଲେଖିପାରୁଥିଲେ। ଓଡ଼ିଆ/ଓଡିଶା ସାରା ପୃଥିବୀରେ ଏକମାତ୍ର ବିରଳ ରାଜ୍ୟ, ଯେଉଁଠି କି ‘ଗିରମିଟିଆ’ ସାହିତ୍ୟ ନାହିଁ। ଉତ୍ତରପ୍ରଦେଶ, ବିହାର, ବେଙ୍ଗଲ ଓ ଆସାମରେ ‘ଗିରମିଟିଆ’ ସାହିତ୍ୟ ବହୁତ ସମୃଦ୍ଧ, ସେଇଥିପାଇଁ ମରିସସରେ (ବା ଅନ୍ୟ ଦେଶମାନଙ୍କରେ) ଅନ୍ୟ ସବୁ ଭାଷା ପ୍ରଚଳନ ଥିବା ବେଳେ, ସେଠାରେ ଓଡ଼ିଆ ଭାଷା ସମ୍ପୂର୍ଣ ନିଶ୍ଚିହ୍ନ ହୋଇଗଲା।
ନଅଙ୍କ ଦୁର୍ଭିକ୍ଷ
୧୮୬୫-୬୬ ରେ ଓଡ଼ିଶାରେ ସଂଘଟିତ ନଅଙ୍କ ଦୁର୍ଭିକ୍ଷରେ ଜୀବନଜୀବିକା ଉଚ୍ଛନ୍ନ ହୋଇଯାଇଥିଲା, ଯାହାର କରାଳ ଦୃଶ୍ୟପଟକୁ ତତ୍କାଳୀନ ଓଡ଼ିଆସମାଜ କେବେ ମନେପକାଇବାକୁ ଚାହୁଁ ନଥିଲେ। ଯେଉଁମାନେ ବଞ୍ଚିଯାଇଥିଲେ, ସେମାନେ ଶୀଘ୍ର ଜୀବନ ଜୀବିକାକୁ ପୁନର୍ବାର ଫେରେଇ ଆଣିବାପାଇଁ ଅନେକ ଆଶା ଓ ବିଶ୍ୱାସରେ କଲିକତା ଦେଇ, ଦରିଆପାରୀ ସୁଦୂର ଦେଶମାନଙ୍କୁ ଚାଲି ଯାଇଥିଲେ। ଦୀର୍ଘ ଦେଢ଼ଶହରୁ ଅଧିକ ବର୍ଷକାଳ ସେମାନେ ଭାରତର ମୂଳ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚେଇ ରଖିବାର ଏହି କଷ୍ଟକର ଉଦ୍ୟମ ଯେତିକି ପ୍ରଶଂସନୀୟ ସେତିକି ପ୍ରେରଣାଦାୟୀ ମଧ୍ୟ।
ଏହା ଭିତରେ ଭାରତ ସ୍ୱାଧୀନ ହୋଇ ଯିବାର ପଞ୍ଚସ୍ତରୀ ବର୍ଷରୁ ଅଧିକ ହୋଇଛି। ସେଇ ଦେଶମାନଙ୍କରେ ବୈଦେଶିକ ଦୂତାବାସ ଜରିଆରେ ଭାରତର ସମ୍ପର୍କ ସ୍ଥାପନ ହୋଇଛି। ଓଡିଶା ଓ ଭାରତ ବାହାରେ ଓଡ଼ିଆ ଭାଷା ଓ ସଂସୃତି ପିଢ଼ିପରେ ପିଢ଼ି ଯେ ବଞ୍ଚିରହିଥିଲା, ଏହା ଯେକୌଣସି ଓଡ଼ିଆ ଭାଷା ଓ ସାହିତ୍ୟରେ ରୁଚିରଖୁଥିବା ବ୍ୟକ୍ତିମାନଙ୍କୁ ଆନ୍ଦୋଳିତ କରୁଥିବ।
ଶିକାଗୋ ବିଶ୍ୱବିଦ୍ୟାଳୟରେ ଗିରମିତିଆ ସାହିତ୍ୟ ଉପରେ ଗବେଷଣା କରାଯାଉଛି। ସୂରିନାମ ନିବାସୀ ଗାଈଉତ୍ରା ବାହାଦୁର ଶିକାଗୋ ବିଶ୍ୱବିଦ୍ୟାଳୟରେ ଗବେଷଣା କରି ତାଙ୍କର ପୂର୍ବପୁରୁଷ (ଜଣେ ଅବିବାହିତା ଗର୍ଭବତୀ ମହିଳା ) କେମିତି ବିହାରର ଗୋଟିଏ ଗାଁ’ରୁ କଲିକତା ଓ ପରେ ସୂରିନାମରେ ପହଞ୍ଚିଥିଲେ, ତାର ବିବରଣୀ ଦେଇଛନ୍ତି। ଗାଈଉତ୍ରା ତାଙ୍କ ମୂଳ ଇଂରାଜୀ ବହି ‘କୁଲି ଓମେନ’ ରେ ତାଙ୍କର ଠାକୁର ମା ସୁଜରିଆ କିପରି ଚାରି ମାସର ଗର୍ଭବତୀ ଥିବା ସମୟରେ ୧୯୦୩ ମସିହାର ଗ୍ରୀଷ୍ମ କାଳରେ ଏକାକୀ ଜାହାଜରେ କଲିକତାରୁ ବ୍ରିଟିଶ ଗିନି ଯାଇଥିଲେ ତାହା ବର୍ଣ୍ଣନା କରିଛନ୍ତି। ସେତେବେଳକୁ ତାଙ୍କୁ ସତେଇଶ ବର୍ଷ ହୋଇଥିଲା। କେବଳ ଶିକାଗୋ ନୁହେଁ, ଗିରିମିତିଆ ସାହିତ୍ୟ ଗବେଷଣାକୁ ହର୍ଭାର୍ଡ ଓ କେମ୍ବ୍ରିଜ ଭଳି ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରାଧାନ୍ୟ ଦିଆଯାଇଆସିଛି।
ଜଗନ୍ନାଥ ଦାଶ
୧୯୭୫ ମସିହାରେ ରାମରୂପ ଜଗନ୍ନାଥ ଟ୍ରିନିଦାଦର ପ୍ରସିଦ୍ଧ ଗିରମିତିଆ ଲେଖକ ଭି ଏସ ନାଇପୌଲଙ୍କ ‘ମିଷ୍ଟର ବିଶ୍ୱାସଙ୍କ ପାଇଁ ଘର’ ବହି ପଢି ପ୍ରଥମେ ମରିସସ୍ରେ ଭାରତୀୟଙ୍କ ଭିତରେ ସାମଞ୍ଜସ୍ୟ ଦେଖିବାକୁ ପାଇଥିଲେ ଓ ସେଇଠୁଁ ଆରମ୍ଭ ହେଲା ତାଙ୍କ ମନରେ ଅନେକ ପ୍ରଶ୍ନବାଚୀ। ତାପରେ ହିନ୍ଦୀ ଓ ବଙ୍ଗଳା ଭାଷାଠାରୁ ଅଲଗା ଲାଗୁଥିବା ହସ୍ତାକ୍ଷରର ହାତଲେଖା ଖାତା ଓ କାଗଜପତ୍ର ତାଙ୍କର ଜେଜେବାପା (ଶାମସୂଦନ) ରାମରୁପଙ୍କୁ ହସ୍ତାନ୍ତର କରିଛନ୍ତି। ସେଇ ଲେଖା କେବଳ ଓଡ଼ିଆ ଭାଷାରେ ଲେଖା ଯାଇଥିଲା ଓ ଜଗନ୍ନାଥ ଦାଶଙ୍କର ନିଜ ହାତଲେଖା। ମରିସସରେ ଥିବା ମହାତ୍ମାଗାନ୍ଧୀ ଅନୁଷ୍ଠାନର ଅଭିଲେଖାଗାରରେ ସେ ଓଡିଶାରୁ ଆସିଥିଲେ ବୋଲି ତଥ୍ୟ ପ୍ରମାଣ ମିଳିଲା। ୨୩ ଅକ୍ଟୋବର ୧୮୭୦ ଦିନ କଲିକତାର ଖିଦିରପୁର ବନ୍ଦରରୁ ଜଗନ୍ନାଥ ଦାସ ଜାହାଜ ଯୋଗେ କିପରି ୩୭ ଦିନ ଯାତ୍ରାକରି ପୋର୍ଟ ଲୁଇସ ରେ ପହଞ୍ଚିଲେ, ତାହାର ନଥିପତ୍ର ମିଳିଲା। ମାତ୍ର ଜଗନ୍ନାଥ ଦାଶଙ୍କ ହାତଲେଖା କାଗଜ କେଉଁ ଭାଷାରେ ଲେଖାଯାଇଛି, ପ୍ରଥମେ ତାହା ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କରେ ଜଣା ପଡିଲା ନାହିଁ। ଅବଶ୍ୟ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଜଣାପଡିଲା ଯେ ତାହା ଓଡ଼ିଆ ଭାଷା ଥିଲା।
ମରିସସ୍ ଯାତ୍ରା
ଅବିଭକ୍ତ କଟକ ଜିଲ୍ଲାର ବରୁହାଁ ପ୍ରଗଣାରୁ ଏଇମିତି ଜଗନ୍ନାଥ ଦାଶ କଲିକତା ଦେଇ ମରିସସ ଯାଇଥିଲେ ୧୮୭୦ ମସିହାରେ। ଜଗନ୍ନାଥ ଦାଶ ମରିସସ୍ ଗଲାବେଳକୁ ପଚିଶ ବର୍ଷର ଅବିବାହିତ ଯୁବକ ଥିଲେ। ସେଠାରେ ପହଁଚିଲାପରେ, ତାଙ୍କୁ ଅନ୍ୟ ଭାରତୀୟମାନଙ୍କ ପରି ବିୟୁ ସିଜୋର ପିଟନ ସୁଗାର ଇଷ୍ଟେଟରେ କାମକରିବା ଓ ରହିବା ପାଇଁ ନିର୍ଦେଶ ଥିଲା। ସେଇଠି ସେ ବାହାହୋଇଥିଲେ ଓ ପିଲାଛୁଆ ସଂସାର ବଢିବା ସହ ପରିବାର ଲାଳନ ପାଳନ ବି କଲେ। ତାଙ୍କର ନିଜର ପୈତୃକ ଜନ୍ମସ୍ଥାନ ଏପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇପାରିନଥିଲେ ମଧ୍ୟ, ତାଙ୍କର ପଞ୍ଚମ ପିଢ଼ିର ଶ୍ରୀ ରାମରୂପ ଜଗନ୍ନାଥ, ଓଡ଼ିଶାରେ ତାଙ୍କର ଗାଁକୁ ଖୋଜିପାଇବା ପାଇଁ, ସରକାରଙ୍କ ପାଖରେ ଗୁହାରି ଓ ପ୍ରାର୍ଥନା କରି, ଯିବାଆସିବା ଜାରି ରଖିଛନ୍ତି। ତାଙ୍କର ଓଡିଶାକୁ ଆସିବା ଦୀର୍ଘ ୨୦ ବର୍ଷରୁ ଅଧିକ ହେଲେବି, ସେ ଓଡ଼ିଆ ବୋଲି ପ୍ରମାଣରୁ ବଞ୍ଚିତ ହୋଇଛନ୍ତି। ସେ କୁହନ୍ତି, ତାଙ୍କ ଘରେ ପୂର୍ବରୁ ଓଡ଼ିଆ ଭାଷାରେ ଭଜନ ଓ କୀର୍ତ୍ତନ ସବୁ ନିୟମିତ ହେଉଥିଲା। ସେଠାରେ ଓଡ଼ିଆ ଭାଷାରେ ଲିଖିତ ଭଜନ କୀର୍ତ୍ତନକୁ ଦେଖିଲେ, ମନେ ହୁଏ ଯେ ସେମାନେ ଓଡ଼ିଶାର କିଛି ଭକ୍ତ କବିଙ୍କର ଛାନ୍ଦ ଇତ୍ୟାଦିକୁ ମନେ ରଖିଥିଲେ ଓ ଗାଉଥିଲେ। ହୁଏତ ସେମାନେ ନୂଆ କିଛି ଭଜନ କୀର୍ତ୍ତନ ଲେଖି ଗାଉଥିବେ ମଧ୍ୟ।
ମରିସସ ରେ ପ୍ରବାସୀ ଓଡ଼ିଆମାନେ କେତେ ଲିଖିତ ସାହିତ୍ୟ ସମ୍ଭାର ସୃଷ୍ଟି କରିଛନ୍ତି ତାହା ଗବେଷଣାର ବିଷୟ, ମାତ୍ର ମୈାଖିକ ପରମ୍ପରା ରେ ସେମାନେ ଅନେକ ସୃଜନଶୀଳ ଭକ୍ତି ସାହିତ୍ୟ ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ରଖିଆସିଥିଲେ। ଶ୍ରୀ ରାମରୁପ ଜଗନ୍ନାଥଙ୍କ କହିବା ଅନୁଯାୟୀ, ତାଙ୍କ ଅଜା ଓଡ଼ିଆ ଭାଷାରେ କହିପାରୁଥିଲେ ଓ ଲେଖିପାରୁଥିଲେ। ସେ ୧୯୯୬ ମସିହାରେ ଚାଲିଗଲେ ଓ ତାଙ୍କ ସହିତ ଓଡ଼ିଆ ଭାଷା ମରିସସରୁ ସମ୍ପୂର୍ଣ୍ଣରୁପେ ବିଲୁପ୍ତ ହୋଇଗଲା। ରାମରୂପ ଜଗନ୍ନାଥଙ୍କ ଦାଦା ହେଉଛନ୍ତି ଶାମସୂଦନ ଦାଶ, ଯାହାଙ୍କୁ ସେ ଜେଜେବାପା ବୋଲି ଡାକୁଥିଲେ। ସେ ୧୯୧୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଶାମସୂଦନ ହେଉଛନ୍ତି ଜଗନ୍ନାଥ ଦାଶ, ପ୍ରଥମ ଓଡ଼ିଆ ଯିଏ ଯାଜପୁର ସବଡ଼ିଭିଜନର ବରୁହାଁ ପ୍ରଗଣାରୁ ମରିସସ ଯାଇଥିଲେ, ତାଙ୍କର ନାତି। ଏହି ତୃତୀୟ ପିଢ଼ିର ଓଡ଼ିଆ, ଶାମସୂଦନ କାମଚଳା ଓଡ଼ିଆ କହିପାରୁଥିଲେ ଓ ଲେଖିପାରୁଥିଲେ, ମାତ୍ର ପରବର୍ତ୍ତୀ ପିଢ଼ିକୁ ଓଡ଼ିଆ ଭାଷା ଶିଖେଇବା ପାଇଁ ସମର୍ଥ ନଥିଲେ। ଶାମସୂଦନ ବିଗତ ଶତାବ୍ଦୀର ଶେଷ ଆଡକୁ ୧୯୯୬ ମସିହାରେ ୮୫ ବୟସରେ ପ୍ରାଣତ୍ୟାଗ କଲେ।
ଓଡ଼ିଆ ସଂସ୍କୃତି ପ୍ରତି ଆସକ୍ତି
ମରିସସ ରେ ଓଡ଼ିଆ ମାନେ କିଛି ପିଢ଼ି ହିନ୍ଦୁସ୍ତାନୀ (ବିହାର ଓ ଉତ୍ତରପ୍ରଦେଶ) ବଙ୍ଗାଳୀ, ତେଲୁଗୁ ଓ ତାମିଲ ପରିବାରରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ମଧ୍ୟ, ପରିବାରର ସଦସ୍ୟମାନେ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିଜକୁ ଜଗନ୍ନାଥ ସଂସ୍କୃତିର ପରମ୍ପରା ସହିତ ନିଜକୁ ସାମିଲ କରିଥିଲେ। ଅନୌପଚାରିକ ରୀତିରେ ଓଡ଼ିଆ ଭାଷା ଶିକ୍ଷା ହେଉଥିଲା। କୌଣସି ଶିକ୍ଷକ ନଥାଇ, ଓଡ଼ିଆ ଲିଖନ ଓ ପଠନ ଇତ୍ୟାଦି ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ବୃଦ୍ଧି ହେଉଥିଲା। ମରିସସ୍ରେ ଯେତେବେଳେ ଇଂରାଜୀ, ଫ୍ରେଞ୍ଚ ଓ କ୍ରେୟଲ ଭାଷା ପ୍ରଧାନ୍ୟ ବିସ୍ତାର କରିବାସହ ସରକାରୀ ସ୍ୱୀକୃତି ପାଇଲା, ଓଡ଼ିଆ ଭାଷା ଏସବୁ ଆଢୁଆଳରେ ଲୁଚିଗଲା।
ଓଡ଼ିଶାର ପାରମ୍ପରିକ ଲୋକକଳା ଓ ଲୋକସାହିତ୍ୟ ପର୍ବପର୍ବାଣୀ ନୂଆଦେଶରେ ଉଜ୍ଜୀବିତ କରିରଖିବା ପାଇଁ ମରିସସରେ ପ୍ରବାସୀ ଓଡ଼ିଆମାନେ ପ୍ରଚେଷ୍ଟା କରିଆସିଥିଲେ। ଓଡ଼ିଆଭାଷା ଆଗକୁ ନବଢି ଅବକ୍ଷୟମୁଖୀ ହେବାର ଅନ୍ୟଏକ ପ୍ରମୁଖ କାରଣ ଥିଲା ଓଡ଼ିଆ ପୁରୁଷମାନଙ୍କୁ ବିବାହ ପାଇଁ ଓଡ଼ିଆ ଯୁବତୀ ମିଳୁ ନଥିଲେ। ଫଳରେ ଓଡ଼ିଆ ମାନେ ବଙ୍ଗାଳୀ, ବିହାରୀ, ହିନ୍ଦୁସ୍ତାନୀ, ଆସାମୀ ଓ ଦକ୍ଷିଣାତ୍ୟ ଅଞ୍ଚଳମାନଙ୍କର ଯୁବତୀମାନଙ୍କୁ ବାହା ହେଉଥୁଲେ। ଓଡ଼ିଆ ଯୁବତୀ ନମିଳିବାରୁ, ଜଗନ୍ନାଥ ଦାଶ ବଙ୍ଗାଳୀଙ୍କୁ ବିବାହ କରିଥିଲେ ମଧ୍ୟ ଏକାକୀ ଭାବରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେଉଥିଲେ। ତାଙ୍କର ପୁଅଙ୍କ ମାତୃଭାଷା ବଙ୍ଗାଳୀ ହେଲେ ମଧ୍ୟ, ଜଗନ୍ନାଥ ଦାଶ ନିଜେ ପୁଅର ଓଡ଼ିଆ ଲିଖନ ଓ ପଠନ ଦାୟିତ୍ୱ ନେଇଥିଲେ। ଆଖୁଚାଷର କର୍ମଜଂଜାଳ ମଧ୍ୟରୁ ସମୟ ବାହାରକରି ସେ ନିଜ ପିଲାଙ୍କ ସହ ଅନ୍ୟ ପରିବାରର ପିଲାଙ୍କୁ ଓଡ଼ିଆ ଶିଖାଉଥିଲେ। କାଳକ୍ରମେ ମରିସସରେ ଅନ୍ୟ ସବୁ ଭାଷା ବଞ୍ଚୁଥିଲା, ଏକ ନୂଆ ଭାଷା, କ୍ରେୟଲ ଉତ୍ପତ୍ତି ମଧ୍ୟ ହେଲା, ଯାହା ହିନ୍ଦୀ, ତାମିଲ ଓ ଫ୍ରେଞ୍ଚ ଭାଷାର ଫେଣ୍ଟାଫେଣ୍ଟି ଥିଲା। ଏବେ ମରିସସରେ ଇଂରାଜୀ ସାଙ୍ଗକୁ କ୍ରେୟଲ ଭାଷା ଅଧିକ ପ୍ରୟୋଗ ହେଉଛି।
ଅବଲୁପ୍ତ ଓଡ଼ିଆ
ଯଦି ଭାରତର ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଦେଶରେ ଥିବା ଓଡ଼ିଆ ମାନଙ୍କୁ ଥରେ ଖୋଜିବାର ପ୍ରୟାସ କରାଯାଇ, ଓଡ଼ିଆ ଭାଷାକୁ ସେଇ ଦେଶମାନଙ୍କରେ ପ୍ରଚାର ଓ ପ୍ରସାରର ଉଦ୍ୟମ କରାଯାଇଥାନ୍ତା, ତେବେ ଆଜି ଓଡ଼ିଆ ଭାଷା ମରିସସ୍ରେ ମରିଯାଇ ନଥାନ୍ତା।
ଆସାମର ଚା ବଗିଚାକୁ ମଧ୍ୟ ତତ୍କାଳୀନ ଓଡିଶାରୁ ଇଂରେଜମାନଙ୍କଦ୍ୱାରା ଅନେକ ଶ୍ରମିକ ଶ୍ରେଣୀର ଲୋକମାନେ ଯାଇଥିଲେ। ୧୮୬୦-୯୦ ମଧ୍ୟରେ ସେମାନେ ପର୍ଯ୍ୟାୟ କ୍ରମେ ଉପର ଆସାମ ଓ ଉତ୍ତର ବ୍ରହ୍ମପୁତ୍ର ଅବବାହିକା ଅଞ୍ଚଳର ଚା ବଗିଚାକୁ ଯାଇଥିଲେ। ସେମାନଙ୍କ ବସତି ସବୁ ବିଶେଷତଃ ଜୋରହାଟ, ଶିବସାଗର, ଦିବ୍ରୁଗଡ଼ ଓ ତିନସୁକିଆ ଇତ୍ୟାଦି ଅଞ୍ଚଳରେ ଦେଖିବାକୁ ମିଳେ। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ଅଭାବରୁ, ସେମାନେ ଓଡ଼ିଆ ମୌଖିକ ସାହିତ୍ୟକୁ ଆହୋମିୟା ଲିପିରେ ପ୍ରଚାର ଓ ପ୍ରସାର କରିଆସୁଛନ୍ତି ସେହି ଅଞ୍ଚଳରେ।
ସାଂସ୍କୃତିକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ ଆଜି ପର୍ଯ୍ୟନ୍ତ ମରିସସରେ ଶ୍ରୀ ଜଗନ୍ନାଥ ସଂସ୍କୃତି ବଞ୍ଚିରହିଛି। ଭକ୍ତମାନଙ୍କ ସହଯୋଗରେ ସେଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୁଏ। ଯେଉଁ ସମୟରେ ରେଡ଼ିଓ ଓ ଟିଭିର ପ୍ରଚଳନ ନଥିଲା, ସେ ସମୟର ପ୍ରବାସୀ ଓଡ଼ିଆ, ନିଜ ଭାଷାର ଭଜନ ଓ କୀର୍ତ୍ତନ ସବୁ ମନେରଖି ପିଢ଼ି ପରେ ପିଢ଼ି ଜଗନ୍ନାଥ ପରମ୍ପରର ଭଜନ ଓ କୀର୍ତ୍ତନ ଆଗକୁ ବଢ଼େଇ ଚାଲିଥିଲେ। କିଛି ଓଡ଼ିଆ ରାଧାକୃଷ୍ଣ ଭଜନ, ଜଗନ୍ନାଥ ଜଣାଣ ତଥା ପାରମ୍ପରିକ ଗୀତ ସବୁକୁ, ଯାହା ମନେରଖିଥିଲେ, ତାହା ଲେଖି ପକାଇଥିଲେ। ରାମରୂପ ଜଗନ୍ନାଥଙ୍କ କହିବା ଅନୁସାରେ ତାଙ୍କ ଜେଜେବାପା ଶାମସୂଦନ ଦାଶ ବଞ୍ଚିଥିଲା ପର୍ଯ୍ୟନ୍ତ ତାଙ୍କ ଘରେ ମୃଦଙ୍ଗ, ଝାଞ୍ଜ, ହରମୋନିୟମ ଓ ଅନ୍ୟାନ୍ୟ ସଂଗୀତ ଉପକରଣ ରଖା ଯାଇଥିଲା ଓ ନିୟମିତ ଭାବରେ ଘରେ ଭଜନ ଓ କୀର୍ତ୍ତନ କରାଯାଉଥିଲା। ଲୋକକଥାରେ ଅନେକ କଷ୍ଟ ଓ ଯନ୍ତ୍ରଣା, ସୁଖ ଦୁଃଖ, ଭାବ ଓ ଭକ୍ତି ଅନ୍ୟ ଭାରତୀୟ ମାନଙ୍କ ମଧରେ ପ୍ରତିଫଳିତ ହୋଇଛି। ଓଡ଼ିଆ ମାନେ ମଧ୍ୟ ସେଇ ଲୋକକଥାକୁ ଶହେବର୍ଷରୁ ଅଧିକ ଧରିରଖିଥିଲେ।
ଓଡ଼ିଆ ଭକ୍ତି ସଙ୍ଗୀତ
ଅନ୍ୟ ଭାଷାଭାଷୀ ପ୍ରବାସୀ ଭାରତୀୟ ନିଜନିଜ ରାଜ୍ୟସହ ଯୋଡି ହୋଇଗଲେ। ଯିବାଆସିବା ଲାଗିରହିଲା, ହେଲେ ମରିସସର ଓଡ଼ିଆ ଓଡିଶା ଆସୁଥିଲେ, ଜଗନ୍ନାଥ ଦର୍ଶନ ମଧ୍ୟ କଲେ, କିନ୍ତୁ ତାଙ୍କ ପରିବାର ଓ ଗାଁକୁ ଖୋଜି ପାଇଲେ ନାହିଁ। ସାହିତ୍ୟ ଓ ସଂଗୀତର ସାଧନା ସୁଦୂର ମରିସସରେ ବିନା କୌଣସି ସରକାରୀ ପ୍ରୋତ୍ସାହନରେ ଚାଲୁରହିଲା। କିଛି ଭକ୍ତିସଂଗୀତ ଓ ସାହିତ୍ୟକୁ ସେମାନେ ହାତଲେଖା କାଗଜରେ କରଣୀ ଅକ୍ଷରରେ ଲେଖି ସାଇତି ରଖୁଥିଲେ। ଓଡିଶା ସହ ଭାବଗତ ସମ୍ପର୍କ କଟିଯିବା ଯୋଗୁଁ ସେଠାରେ ମଧ୍ୟଯୁଗୀୟ ଭକ୍ତି ସଂଗୀତ ଓ ସାହିତ୍ୟର ପ୍ରମାଣ ସମ୍ପୂର୍ଣ ରୂପେ ମିଳିପାରୁନାହିଁ। ଯଦିଓ କେନ୍ଦ୍ରସରକାରଙ୍କ ସହଯୋଗରେ ସେଠାରେ ଓଡିଶୀ ଶିକ୍ଷା ପାଇଁ ତତ୍ପରତା ଦେଖା ଦେଇଛି, ଓଡ଼ିଆ ଭାଷାର ପ୍ରଚାର ପ୍ରସାର ତଥା ଓଡ଼ିଆ ଗିରମିତିଆ ସାହିତ୍ୟ ସହିତ ଯୋଡିବାପାଇଁ ସେମିତି କିଛି ପ୍ରୟାସ କରାଯାଇନାହିଁ।
ଭାଷା ଭିତ୍ତିକ ରାଜ୍ୟ ହିସାବରେ ଓଡିଶା ୧୯୩୬ ମସିହାରୁ ମାନ୍ୟତା ପାଇ ଆସିଛି ଓ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ୨୦୧୪ ମସିହାରୁ ଓଡିଶା ବାହାରେ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପ୍ରୋତ୍ସାହନ ପାଇଛି। ୟା ଭିତରେ ସରକାରୀ ଓ ବେସରକାରୀ ଉଦ୍ୟମରେ ପାଖାପାଖି ଚାଳିଶଟି ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଅଛି, ତାଛଡା ପାଞ୍ଚଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେଉଛି, ହେଲେ ଓଡ଼ିଆ ଗିରମିତିଆ ସାହିତ୍ୟ, ସମସ୍ତଙ୍କ ଅଗୋଚରରେ ମରିଯିବା, ଅତ୍ୟନ୍ତ ପରିତାପର ବିଷୟ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ମାର୍ଚ୍ଚ, ୨୦୨୩ ସଂଖ୍ୟାରେ ପ୍ରକାଶିତ।)
Very informative piece especially for readers (like me) who are totally ignorant about this subject
ଭାଇ ଆପଣଙ୍କ ପ୍ରୟାସ ପାଇଁ ଅଶେଷ ଧନ୍ୟବାଦ। କୌଣସି ଏକ ବିଶ୍ଵ ବିଦ୍ୟାଳୟ ଏହାର ଦାୟିତ୍ଵ ନେଉ। ସୂତ୍ରଧର ର କାର୍ଯ୍ୟ କରନ୍ତୁ
The academic study Odia diaspora , literature and culture is not expansive unlike other communities in India. And I seriously feel this short research based essay by Prakash is just not worth praising in his limited time and effort, but will be an inspiring essay for many researchers to come in future.
A good PhD or major research project can be taken up on Odia diasporas in Mauritius !
ମରିସସ ଓଡ଼ିଆ ବଂଶୋଦ୍ଭବ ସେଠାକାର ଶାସନ କ୍ଷମତା ଗ୍ରହଣ ପରେ ତାଙ୍କ ମୂଳ ଅନ୍ଵେଷଣ ଓଡ଼ିଶାର ଯାଜପୁର ଆସିଥିବା ସମ୍ୱାଦପତ୍ରରେ ପ୍ରକାଶ ପାଇଥିଲା, ଖୁବ୍ ଆଲୋଡିତ କରିଥିଲା ମନକୁ। କିନ୍ତୁ ଏଇ ଆଲେଖରେ ବିଷୟଟିକୁ ଯେଉଁ ପାର୍ଶ୍ୱରୁ ବିଶ୍ଳେଷଣ କରାଯାଇଛି ତାହା ନୂତନ ଓ ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଆଉ ଅବହେଳା କରାଯାଇ ନପାରେ।
ସୂଚନା ଯୋଗ୍ୟ ଯେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ମାର୍ଚ୍ଚ ୨୩ ତାରିଖରେ ‘ପ୍ରବାସୀ ଓଡ଼ିଆ ସାହିତ୍ୟ’ ବିଷୟରେ ତିନିଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏହି ଆଲେଖର ବିଷୟକୁ ଅଧିକ ପରିବ୍ୟାପ୍ତ କରିବ ବୋଲି ଆଶା।
ନୂଆ ଦିଗ୍ ଦର୍ଶନ ପାଇଁ ଧନ୍ୟବାଦ।
Your attempt to revive the Odia literature, language and culture is really praise-worthy. I shall extend all type of support to you in this regard. Thanks.
ପ୍ରକୃତରେ ଏହା ଏକ ଅନାଲୋଚିତ ପ୍ରସଂଗ ହୋଇ ରହି ଯାଇଛି. ଏହା ମୋତେ ବି ଜଣା ନଥିଲା. ଜାନୁଆରୀ ୧୦ ଓ ୧୧ , ୨୦୨୩ ରେ ମହାତ୍ମା ଗାନ୍ଧି ସଂସ୍ଥାନ, ମରିଶସ ରେ ମୂ ଥିଲି , ଏବଂ ଆହୁରି ସାତ ଦିନ ମରିଶସ ରେ ରହିଲି , ହେଲେ ଏ ବିଷୟରେ ଅଗ୍ୟାତ ଥିବାରୁ କିଛି କରି ପାରିଲି ନାହିଁ. ତଥାପି ମରିଶସ୍ ର ମହାତ୍ମ ଗାନ୍ଧି ସଂସ୍ଥାନ ସାହିତ ସମ୍ପର୍କ୍ ଅଛି. ସେଠାରେ ଆମ ଓଡିଶା ରୁ ଅଧ୍ୟାପକ ବି ଅଛନ୍ତି. କାମ୍ କରି ହେବ.
ମୁଁ ହିନ୍ଦୀ ର ଛାତ୍ର , ମାତୃଭାଷା ଓଡିଆ ତଥା ଏ ବିଶଯ ରେ ରୁଚି ଥିବା ହେତୁ କାମ କରିହେବ .
ଏ ବିଷୟ କୁ ପାଠକ ମାନନ୍କ୍ ଦୃଷ୍ଟି କୁ ଆଣି ଥିବାରୁ ଅନେକ ଅନେକ ଧନ୍ୟବାଦ. ଏ ବିଷୟରେ ଅଧିକ କିଛି ସୂଚନା ଥିଲେ ଜଣାଇବାକୁ ଅନୁରୋଧ. ନମସ୍କାର
ଜୟନ୍ତ କର ଶର୍ମା
ମୁଁ ବହୁ ବର୍ଷ ପୂର୍ବେ ବିବିସି ହିନ୍ଦୀର ନିୟମିତ ଶ୍ରୋତା ଥିଲି। ସେଥିରେ ମରିସସର ହିନ୍ଦୀ ପ୍ରଚାର ସମିତିର ଯେଉଁ ପ୍ରଚାରକଙ୍କ ସାକ୍ଷାତକାର ନିଆ ଯାଇଥିଲା ସେ ଥିଲେ ଜଣେ ଓଡ଼ିଆ। ତାଙ୍କର ସାଜ୍ଞା ଦୋରା ଥିଲା ବୋଲି ମୋର ମନେ ପଡୁଛି। ସେତେବେଳେ ମୁଁ ସ୍ନାତକ ଛାତ୍ର ଥିବାରୁ ଏତେ ଗଭୀର ଚିନ୍ତା କରିବାର ଅବକାଶ ନ ଥିଲା। ଏବକାର ଭଳି ବିସ୍ଥାପନ ସାହିତ୍ୟ ଓ ଭାଷା ଉପରେ କେହି ଆଲୋଚନା ବି କରୁ ନଥିଲେ। ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ତାଙ୍କ ଆଲେଖ୍ୟ ପାଇଁ।
I am amazed by such a dense research article. Can only wish you all well in this venture. Excellent piece.
ଆମ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ଏକ ନୂତନ ଦିଗ ଉନ୍ନୋଚିତ ହେଲା। ମାତ୍ର ଏ ଦିଗରେ ଅଧିକରୁ ଅଧିକ ଗବେଷଣ। ଆବଶ୍ୟକ।
ଲେଖାଟି ପ୍ରବାସୀ ଓଡ଼ିଆ ସଂସ୍କୃତି ବିଷୟରେ ଏକ ଆଲୋଡନ ସୃଷ୍ଟି କରୁଛି।
Such an in-depth & well-analysed descriptive article 🙏🏽
Unfortunate that we have not documented much that has happened.
More research & representation is needed.
Thanks to the efforts of all those who have worked & are working for our culture & heritage.
Thanks for sharing.
Very informative and awakening article… Feeling sad that a glorious heritage has been lost… Need to be recovered through research.
Thank you 🙏
Culture department,Odisha & Odisha Sanskruti Biswabidyala should do extensive research on the subject.If Jagannath culture is their in Mauritius,large number of Odia people must have migrated there.But unfortunately our language extincted there.Very good article indeed.& excellent endeavour.
There should be widespread demand on the govt of odisha to take up this issue to revive Odiya language in Mauritius through its specialised agencies like Culture University, Centre of Excellence in Studies of Classical Odiya, Odiya University etc. If this work can’t be taken up then there is no point in beating the drum that we are recognised as a classical language.
Our organisation Anurag will raise this issue before the govt. Those who wish to coordinate with us may please contact us in our email -anurag197.2008@gmail.com.
Dear Sir /Madam,
Thank you for your feedback on Odia Girmita literature of Mauritius. Lets discuss how to connect those disconnected Odia diaspora.
Regards,
Prakash Nayak
Mobile :7827173269
ସାଙ୍ଗ, ବହୁତ ଭଲ analysis, ତୋର ପ୍ରୟାସ ଜାରି ରହୁ।ଏହି ଲେଖାଟି ପଢି ସାରିଲା ପରେ ଅନୁଭବ ହେଉଛି, ଆମେ ଓଡ଼ିଆ ଓ ବିଶେଷ କରି ଯାଜପୁରିଆ କେତେ ଦିଗଦର୍ଶନ ଦେଇପାରିବା।ତୋର କାର୍ଯ୍ୟକୁ ପ୍ରଣାମ।
ବହୁତ ସୁନ୍ଦର ଲାଗିଲା ଏହା ମୁ ଆଗରୁ ଜାଣିନଥିଲି ।
ଆପଣଙ୍କ ଗବେଷଣାତ୍ମକ ଆଲେଖ୍ଯଟି ଅତ୍ୟନ୍ତ ହୃଦୟସ୍ପର୍ଶୀ । ଆମ ଦେଶ ବାହାରେ କ୍ରମଶଃ ଅବଲୁପ୍ତ ହୋଇ ଯାଉଥିବା ଆମ ଓଡିଆ ଭାଷା,ସାହିତ୍ଯ, ସଂସ୍କୃତି ସମ୍ବନ୍ଧରେ ଆଲୋକପାତ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଏହାର ଉପଯୁକ୍ତ ସଂରକ୍ଷଣ ତଥା ସମ୍ପର୍କ ଓ ସମନ୍ବୟ ପାଇଁ ପ୍ରଚେଷ୍ଟାକୁ ତ୍ବରାନ୍ବିତ କରାଯିବା ଏକାନ୍ତ ଆବଶ୍ୟକ । ସତ୍ଯ କେବେ ଲୁଚି ରହିପାରେ ନାହିଁ ।ଠିକ ଭାବେ ତଥ୍ଯ ଅନୁସନ୍ଧାନ କରାଗଲେ ଆମ ଅଞ୍ଚଳରୁ ନିଖୋଜ ହୋଇ ଯାଇଥିବା ବ୍ଯକ୍ତି ବିଶେଷଙ୍କ ବିଷୟରେ ନିଶ୍ଚିତ ସୂଚନା ମିଳିପାରିବ। ଆନ୍ତରିକତାର ସହିତ ଉଦ୍ଯମ କରାଗଲେ ଏ ଦିଗରେ ଅବଶ୍ଯ ସଫଳତା ମିଳିବ ।
On reading the essay of Sri Prakash Chandra Nayak on Jagannath in Moritous I became sad to recollect my own birth place and child life . I also came to the Earth from the woumb of my Mother in Bellary ,now in Karnataka while my Odia Father was working in Madras Fire Service . I have not seen Bellary ,what to speak of birth place . I was brought up in the banks of Godavari ,Rajahmundry. When I opened my eyes I saw my environment in Telugu . I studied in Telugu with the name enrolled as Ratho Suseela kumar . I was mistaken as a girl in hall permit of SSLC . I began to learn Odia alphabet from a book supplied by my uncle in Brahmapur .My father used to recite a few lines of Jagannath Dash Bhagawata esp., Ekadasha Skandha ,My mother used to do all Odia customs and Tulasi pooja and also read Odia Ramayana . Telugu women sitting around my mother were observing the tears shed and asking what was the story that made her weeping . She tried to translate the topic into Telugu mixed with Odia . The time period from 1947 to 1968 passed leaving behind the memory of Odia parents in Andhra Environment . Telugu teachers tried to rename us as Ratho prefixed but my parents and eldest brother insisted to maintain as such . Now I am 76 + old and became a writer in Odia, Telugu, Hindi, English and Sanskrit .All the credit goes to my parents who did not detach themselves from Odia . I regret for two things 1) Three lakh Odia people in Andhra forgot Odia and their ancestral culture since three generations 2) I do not know the place of my birth in Bellary though I was nicknamed by my elders as Bellary .
Girmitia , the distorted voice for Agreement could not wipe out the Genesis of Odia culture . The very name Jagannath makes aware of Odia people their indigineous heritage even though they became inhibitants in foreign lands .The problems faced by Sri Jagannath in Mauritius are also faced in Andhra ,Bengal ,Chattishgarh with the exception that Girmitia odias were detached by Company Agreement while other state Odias were detached by Callous Agreement . Let Jagannath Dash Bhagawatam or Valmiki Ramayana in Odia be read in every house of Odia and the progeny will never be detached by the grace of these Epics . =ସୁଶୀଳ ରଥ
Well written but more autobiographical writings should be written by you for the preservation of Odia language and culture outside the state. You were born in Bellary, grew up in AP and remained an Odia in your family background and upbringing. Very interesting write up expressing your personal emotions. Keep writing and sharing with us.
Replied as above
ଅତି ସୁନ୍ଦର ଆଲୋଚନା । ସଂପୂର୍ଣ୍ଣ ନୂଆ । ସେତେବେଳେ ଓଡିଶାରୁ ଅନେକ ବହି ଓ ପତ୍ରପତ୍ରିକା ରେଙ୍ଗୁନ, ମରିସସ୍, ନେପାଳ ଆଦି ସୀମାନ୍ତ ଦେଶମାନଙ୍କୁ ପଠା ଯାଉଥିଲା । କାରଣ ବହୁ ଓଡିଆ ଶ୍ରମିକ ସେଠାରେ ଜୀବିକାର୍ଜନ ଉଦ୍ଦେଶ୍ୟରେ ଯାଇ ସ୍ଥାୟୀ ଭାବରେ ରହି ଯାଇଥିଲେ । ମନମୋହନ ପୁସ୍ତକାଳୟ, କଟକର ପ୍ରୋପ୍ରାଇଟର (ନାଁ ମନେ ପଡୁନି) ଅନେକ ଥର ଏକଥା କହିଛନ୍ତି । ସେ ନିଜର ଓ ଅନ୍ୟ ପ୍ରକାଶନିର ବହୁ ପୂଜା ବହି, ପତ୍ରିକା, ରହସ୍ୟ ସାହିତ୍ୟ, ଅନ୍ୟାନ୍ୟ ଉପନ୍ୟାସ ସବୁ ପଠାନ୍ତି । ବ୍ରହ୍ମଦେଶର ରେଙ୍ଗୁନରୁ ଗୋଟିଊ ଓଡିଆ ପତ୍ରିକା ମଧ୍ୟ ବାହାରିଥିଲା । ପୁଣି ସେଇ ପ୍ରବାସୀମାନଙ୍କ ପଠନ ତୃଷ୍ଣା ଅପନୋଦନ ପାଇଁ ବହୁ ଲେଖା ମଧ୍ୟ ପ୍ରକାଶ ପାଇଥିଲା ।
ଶକୁନ୍ତଳା ବଳିୟାରସିଂହଙ୍କ “ପହିଲି ଗିରିମିଟିଆ” ନାମରେ ଏକ ଅନୁବାଦ ଉପନ୍ୟାସ ମଧ୍ୟ ରହିଛି । ଅବଶ୍ୟ ତାହା ଗାନ୍ଧିଜିଙ୍କ ଦକ୍ଷିଣ ରଫ୍ରିକା ରହଣୀ କାଳୀନ ବିବୃତ୍ତିକୁ ନେଇ ରଚିତ । ଓଡିଆରେ ବେଙ୍ଗୁନ ଯାତ୍ରୀ ବୋଲି ବହିଟିଏ ଅଜି । ଆହୁରି କେତେକ ଲେଖାରେ ସେମାନଙ୍କ ସମସ୍ୟା ବର୍ଣ୍ଣିତ ହେବାର ମୁଁ ପଢିଛି । ତେବେ ଗିରିମିଟିଆ ବା ପ୍ରବାସୀ ଓଡିଆ ସାହିତ୍ୟର ଯଦି ପୁନରୁଦ୍ଧାର ହୋଇପାରନ୍ତା…….
ମୂଲ୍ୟବାନ ଆଲେଖ୍ୟ ପାଇଁ ଲେଖକଙ୍କୁ ଅଜସ୍ର ଶୁଭେଚ୍ଛା……
Well researched and written document…more such research based articles are to be written in future for making the Girimitia Literature available for public awareness and future generations.
Congratulations.
Mahesh Dey
I was seeing this video, it was very painful serching his family in odisha but last 20 year he did not identify his relatives. We request to all work together help and identify his family as soon as possible