“ଦୋଳି ଖେଳୁଛି ମୋ ଗୋରୀ / ବାରିରୁ ତୋଳିଲି ଏତକ ଚେରୀଲୋ / ଜହ୍ନ ହସେ କିରିକିରି ।”
ସାତ ସମୁଦର ଡେଇଁ
ଓଡ଼ିଆ ପରବ ଆଣିଛି ନେଇଲୋ
ଦୋଳିରେ ଝୁଲିବା ପାଇଁ
ଟରୋଣ୍ଟରୁ ମୁଁ ଡାକୁଛି
ବରଷକେ ଥରେ ରଜ ଆସିଛିଲୋ
ମଉଜ ଏଠି ଚାଲିଛି।
ଟରୋଣ୍ଟୋ ଗାଁ’ର କଥା
ଭଉଣୀ ଆଣିଛି ମୋ ପୋଡ଼ପିଠାଲୋ
ମନ ହୃଦ ମିଠା ମିଠା
ନାଲି ଯେ କଇଁଚ କୋଳି
ଚେଁ ଚାଁ ହେଲା ବିରି ଚକୁଳିଲୋ
ଖାଇଲୁ ସଭିଏଁ ମିଳି
ଟମାଟୋ ଖଜୁରୀ ଖଟା
ଚକୁଳି ସାଙ୍ଗରେ ମାଉଁସ କସାଲୋ
ସାଥୀରେ କ୍ଷୀରି କି ମିଠା
ବନସ୍ତରେ ବାଟ ବଣା
ବେସର କଲି ମୁଁ ସାଇବଚଣାଲୋ
ଖାଇଲେ ଗିନାକୁ ଗିନା
ଭାଇମୋ ରାନ୍ଧିଲା ମାଂସ
ସୁଆଦ ପାଟିକୁ ଯେସନେ ରସଲୋ
କହିବି ମୁଁ ଆଉ କିସ
ଡାଳକୁ ଡିଏଁ ମାଙ୍କଡ଼
ତେଲରେ ଭାଜିଲି କଷି କାଙ୍କଡ଼ଲୋ
ସାଥେ ଶତାବରୀ ନାଡ଼
ଆଣିଲା ପୁଞ୍ଜାଏ ପାନ
ବିଡ଼ିଆ ମିଠାରେ ସୁବାସ ତେଲଲୋ
ପାକୁଳେଇଗଲେ ଜନ
ରଜ ପାନଖିଲ ମିଠା
ବାରିରେ କାଟିଛି ନାଲିପାନ ମୁଁ ଲୋ
ବସି ହେବା ସେଠି କଥା
ଏପଟେ ଶେଷ ଏ ରଜ
ସେପଟେ ଯାଉଛି ପଶ୍ଚିମେ ସୂର୍ଯ୍ୟଲୋ
କାଲି ପାଇଁ ହେବ ସଜ
ଦୁଇପଦ ପଢ଼ି ଲେଖେ
ବାରିରେ ଖେଳୁଛି ସୂରୁଯ ଦେଖେଲୋ
ସବୁଜ ଘାସ ପରଖେ
ସୂରୁଯ ଯାଉଛି କହି
ଓଡ଼ିଆ ସଭିଏଁ ଭଉଣୀ ଭାଇଲୋ
ଓଡ଼ିଶାକୁ ହୃଦେ ବହି
ଆକାଶରେ ଜହ୍ନତାରା
ବିଛାଇ ହୋଇଛି ସବୁଜ ସାରାଲୋ
ଦିବ୍ୟ ଏଇ ଆମ ଧରା
ଦୋଳି ଖେଳୁଛି ମୋ ଗୋରୀ
ବାରିରୁ ତୋଳିଲି ଏତକ ଚେରୀଲୋ
ଜହ୍ନ ହସେ କିରିକିରି
ଅଛି ଆକାଶ ପୃଥିବୀ
ଏମାନଙ୍କ ସହ ମୁଁ ରହିଥିବି ଲୋ
କେବେ ଏଠି ମିଶିଯିବି
ଖୁବ୍ ସୁନ୍ଦର ଲେଖା।
ଅତି ସୁନ୍ଦର ଉପସ୍ଥାପନା।
Beautiful write up Bhaina . Happy Raja
ଶ୍ରଦ୍ଧା ପୂର୍ଣ୍ଣ ଅଭିବ୍ୟକ୍ତି ନିମନ୍ତେ ଆପଣଙ୍କୁ ଧନ୍ୟବାଦ ଭାଇନା 🙏😊.
ପାହିଲି ରଜ ଅବସରରେ ଶୁଭେଚ୍ଛା ଜଣାଉଛି | 🙏 ଜୟ ଜଗନ୍ନାଥ !
ମନ ମତାଣିଆ ଟରୋଣ୍ଟ ରଜ !
ଚମତ୍କାର ଲେଖା … ହଜେଇ ଦେଲା ମୋ ନିଜକୁ କିଛି ସମୟ ସେଇ ଅତୀତର ସ୍ମୃତି ସାଗରରେ। ଖୁବ୍ ସୂନ୍ଦର ଉପସ୍ଥାପନା। ଝିନୁଅପା
ଖୁବସୁନ୍ଦର ଆମ ପରମ୍ପରା ଓ ସଂସ୍କୃତି।ବିଦେଶ ମାଟିରେ ବି ଆମ ପର୍ବର ପାଳନ କରିବା କଥା ଖୁବ ମନକୁ ଛୁଏଁ।ରଜଗୀତ,ରଜ ପର୍ବର ଏକ ଅଭିନ୍ନ ଅଙ୍ଗ।ଖୁବସୁନ୍ଦର ରଜ ଗୀତ।👌👌🌹🙏
ବିଦେଶ ମାଟିରେ ଆମ ସଂସ୍କୃତି ଓ ପରମ୍ପରା ର ମହକ ସତରେ ଅତି ସୁନ୍ଦର…ଓଡ଼ିଆଙ୍କ ରଜ ପର୍ବର ପ୍ରଚଳିତ ତଥ୍ୟ ର ଅବତାରଣା ଅତି ଚମତ୍କାର l
The content really explained of our tradition and heritage. Expression is too natural. It was the best what you have written sir.
Reached Bhubaneswar Odisha 12 days back to witness Raja Festival.
Best Wishes,
Banambar Patra.
Toshali Group