ବରଷା ନଥିଲେ ବାଜିବନି ସାହାନାଇ।
ବର୍ଷାକୁ କହୁଛି କିଏ ପ୍ରିୟତମା
କିଏ ବା କହୁଛି ବୋହୂ,
କିଏ ସେ କହୁଛି ଖାଣ୍ଟି ଓଡ଼ିଆଣୀ
କିଏ ସେ କହୁଛି ରାହୁ
ଯାହା ହେଲେ ବି ସେ ହେଉ,
ମୁଁ କିନ୍ତୁ କହେ ଗ୍ରୀଷ୍ମ ପରେ ବର୍ଷା
ଏଇମିତି ଝରୁଥାଉ।
କିଏ କହେ ବର୍ଷା ଗୋଲାପୀ ରଙ୍ଗିଲା
କିଏ କହେ କବି ତୁଣ୍ଡ,
କିଏ ସେ କହୁଛି ସୃଷ୍ଟିର ନିୟମ
କିଏ କୋଡ଼ିଥାଏ ମୁଣ୍ଡ,
କାହା ପାଇଁ ଦିଏ ଦଣ୍ଡ,
ମୁଁ କିନ୍ତୁ କହେ ବରଷା ରାଣୀଟା
ଚାଷୀ ପାଇଁ ମେରୁଦଣ୍ଡ।
କିଏ ସେ କହୁଛି ବରଷା ପାଗଟା
ପ୍ରେମୀ ଯୁଗଳଙ୍କ ପାଇଁ,
କିଏ ପୁଣି କହେ ବରଷା ଆସିଲା
ରୋଗୀଙ୍କ ଦୁର୍ଦିନ ହୋଇ,
କାହା କଥା ଶୁଣନାହିଁ,
କାରଣଟା ହେଲା ବରଷା ନଥିଲେ
ବାଜିବନି ସାହାନାଇ।
ସୁନ୍ଦର ବର୍ଣ୍ଣନା। ସୁନ୍ଦର କବିତା।ଭଲ ଲାଗିଲା।