

ଦିନେ ଯାଉ ଯାଉ ନିର୍ଜନ ପଥେ
ଦେଖିଲି ଜଣିଏ ଏକୁଟିଆ ଚଷାଝିଅ,
ନିଜ ଖେତେ ନିଜେ କାଟୁଛି ଧାନ
ହାତେଧରି ଧାରୁଆ, ବଂକା ଏକ ଦା’
ଧାନକାଟିକରି ବାଂଧୁଥିଲା ବିଡ଼ା
ରଖୁଥିଲା କଡ଼େ ଧାଡ଼ି ଧାଡ଼ି କରି ସଜାଡ଼ି
କାମ କଲାବେଳେ ଗାଉଥିଲା ସଂଗୀତ
ମୂର୍ଛନା ଯା’ରଥିଲା କଳ୍ପନାତୀତ
ଲାଗୁଥିଲା ତା କଣ୍ଠେଥିଲା ଭରାବେଦନା,
କହୁଥିଲି ରାସ୍ତାର ପଥିକଗଣଂକୁ,
ରହିଯାଅ ନଚେତ୍ ସାବଧାନେ ଯାଅ
ଯେପରିକି ବ୍ୟାହତ ନ ହୁଏ ତା ଧ୍ୟାନ।
ଦରଦଭରା ଗଭୀର ତା ତାନ
କମ୍ପି ଉଠୁଥିଲା ହୃଦୟ ଗହନ
ଯେପରି ଝିନ୍ଝିନ୍ କରେ ବୀଣାର ତାର
କିଛି ଦୁଃଖତ ଥିଲା ସାଥେ କିଛି ଅନ୍ତଃକୋହ
ହେଲେ କଣ ଥିଲା ସେ କିଛି ବୁଝାପଡେନା।
ଏଇଶୁଣ, ମନଦେଇ କରି ଶୁଣ
ଲାଗୁଛି ଗଭୀର ଉପତ୍ୟକାରୁ
କିଛି ସଂଗୀତ, ଯାହା ଶବ୍ଦ ସାଥେ
ଆସି ବହି ବାଜୁଛି କର୍ଣଗହ୍ୱରେ।
ଆଗରୁ ବାେଧେ କେହି କାେକିଳ
ବୃକ୍ଷ ଅନ୍ତରାଳୁ ଗାଇନଥିଲା ଏପରି
ମନଛୁଆଁ ଗୀତ, ଏ ତ ଜଗତେ ଏକକ,
ଅଶ୍ରୁତପୂର୍ବ, ଅଭୂତପୂର୍ବ,
ଅସମାନ୍ତର,
ଯେପରି ଆରବଦେଶର ତପ୍ତ, ଅସରନ୍ତି ମରୂଭୁମିର
କ୍ଳାନ୍ତ ପଥିକ ବାଲୁପରେ ପଦଚାଳନେ
ଥକିଯାଇ ନେଇଥାଏ ଆଶ୍ରୟ
ଏକ ସୁଶୀତଳ ଶାନ୍ତ ମରୂଦ୍ୱୀପେ।
କେହି ବି କେଭେଁ ତ କୁହ ମାେତେ
କଣ ଗାଉଥିଲା ସେ ଚଷାକନ୍ୟା
ଯାହା ଭାଂଗୁଥିଲା ନୀରବତା ଦୂର ଦ୍ୱୀପପୁଂଜୁ
ସେ ଗୀତ ଲାଗୁଥିଲା କିଛି ବିଷାଦମୟ
ଯାହା ଗାଉଥିଲା ସେ ନିରଂଧ୍ରେ
ଅବା କେଉଁ ଯୁଦ୍ଧ କାହାଣୀ,
ଅବା ଏକ ସାଧାରଣ କାହାଣୀ,
ଅବା ଅଧୁନା ସମୟର କିଛି କଥା,
ହୋଇପାରେ ସେ ସାଧାରଣ, ନିତିଦିନିଆ।
ଲାଗୁଥିଲା ସରିବନି କି ଆଉ ସେ ଗୀତ
ଚାଲୁଥିବ ଦିଗବଳୟରୁ ଦିଗବଳୟ ପର୍ଯ୍ୟନ୍ତ।
ତା’ ଗୀତ ଶୁଣିଶୁଣି ବଢ଼ୁଥିଲି ଆଗେ
ଚଢ଼ିଗଲି ଯାଇ ଏକ ମୁଣ୍ଡିଆ ପାହାଡ଼େ
ଧୀରେ କ୍ଷୀଣ ହେଉଥିଲା ତା କଂଠ
ପୃଷ୍ଠ ମାେଡ଼ି ଦେଖୁଥିଲି ପ୍ରିୟତମା ଦିଗେ
ହେଲେ ନଥିଲା ସେ ଆଉ ଦୃଶ୍ୟମାନ
ଖାଲି ଶୁଭୁଥିଲା ତା’ ଦରଦୀ ସ୍ବନ।
ଭଲେ ମୁଁ ଜାଣେ ଜୀବନେ କେବେ
ହେବନାହିଁ ଆଉ ତା’ ଦରଶନ
ହେଲେ ସେହି ଗାେଟିଏ ଅଚାନକ କ୍ଷଣ
ବିତେଇଵାକୁ ଚାହେ ଯାହା ଆଣି ସ୍ମରଣେ,
ନୟନେ ସାରାଜୀବନ।

ମୂଳ ଇଂରାଜୀ ରଚନା:
The Solitary Reaper
By William Wordsworth
Behold her, single in the field,
Yon solitary Highland Lass!
Reaping and singing by herself;
Stop here, or gently pass!
Alone she cuts and binds the grain,
And sings a melancholy strain;
O listen! for the Vale profound
Is overflowing with the sound.
No Nightingale did ever chaunt
More welcome notes to weary bands
Of travellers in some shady haunt,
Among Arabian sands:
A voice so thrilling ne’er was heard
In spring-time from the Cuckoo-bird,
Breaking the silence of the seas
Among the farthest Hebrides.
Will no one tell me what she sings?—
Perhaps the plaintive numbers flow
For old, unhappy, far-off things,
And battles long ago:
Or is it some more humble lay,
Familiar matter of to-day?
Some natural sorrow, loss, or pain,
That has been, and may be again?
Whate’er the theme, the Maiden sang
As if her song could have no ending;
I saw her singing at her work,
And o’er the sickle bending;—
I listened, motionless and still;
And, as I mounted up the hill,
The music in my heart I bore,
Long after it was heard no more.
This was in my high school syllabus, still this poem murmures in my mind occassionally.
Poet Wordsworth one fine evening was going to his sister in a nearby village through the crop field and found this real scene.
Wordsworth’s poems like The Solitary Reaper and Daffodils remained in college (and school ) syllabus for many years . Nobody has seen a daffodil in India , still millions have learnt about this flower because of the poem. In my opinion, neither the poet nor the poem nor the flower deserves such unflinching long-term devotion in India . Time has come to look beyond Wordsworth in school/college syllabus.
This comment is not an opinion on the literary merit of these poems. Translated version of The Solitary Reaper is truthful to the original. A good read.
ଧନ୍ୟବାଦ! 😊 ଏହି କବିତାଟି ଏତେ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଯେ ଏହା ହୃଦୟରେ ଗଭୀର ପ୍ରଭାବ ପକାଇଥାଏ। ଏଠି ଏକ ସାଧାରଣ ମହିଳାଙ୍କ ଗୀତର ମାଧ୍ୟମରେ ଜୀବନର ଅନୁଭବ ଏବଂ ଭାବନାର ଗଭୀରତା ଦେଖାଯାଇଛି। ଏହା ଦେଖିବାକୁ ମିଳେ ଯେ, ସାଧାରଣ ଦୃଶ୍ୟରେ ମଧ୍ୟ ଅପରିମିତ ସୌନ୍ଦର୍ଯ୍ୟ ଓ ଅର୍ଥ ଲୁକି ରହିଥାଏ।