ଦୀପ ଟିଏ ମୋତେ କରିଦିଅ ପ୍ରଭୁ
ଧିମି ଧିମି ଜଳୁ ଥାଏ,
ତୁମ ଶ୍ରୀଚରଣେ ଆସରି ନିଜକୁ
ମୁକ୍ତି ପଥ ଖୋଜୁ ଥାଏ।
ତାରା ଟିଏ ମୋତେ କରି ଦିଅ ପ୍ରଭୁ
ଆକାଶରେ ମୁଇଁ ଥାଏ ,
ତୁମ ପଦ ତଳେ ସଜାଇ ନିଜକୁ
ମୋକ୍ଷ ପଥ ପାଇ ଯାଏ।
କଢି ଟିଏ ମୋତେ କରିଦିଅ ପ୍ରଭୁ
ସକାଳୁ ଫୂଟିଲେ ମୁହିଁ ,
ତୋଳି ନେଇ କେହି, ମାଳ ଗୁନ୍ଥି ଦେଇ
ଦଉ ନେଇ ଶ୍ରୀ ମନ୍ଦିରେ।
ହସ ଧାରେ ମୋତେ କରିଦିଅ ପ୍ରଭୁ
ନିଷ୍ପାପ ଶିଶୁ -ଅଧରେ
ମୃଦୁ ମୃଦୁ ହସେ ଝଲକି ଥାଏ ମୁଁ,
ଚିରନ୍ତନ ପ୍ରେମ ଭାବ ରେ।
ପକ୍ଷୀ ଟିଏ ମୋତେ କରିଦିଅ ପ୍ରଭୁ
ନିରନ୍ତର ଭଜୁ ଥାଏ
ଜୀବନ ମୋର ସାର୍ଥକ ହଉ ହେ
ତୁମ ନାମ ସୁମୀରଣେ।
Excellent poem maa 🤩🤩
ବହୁତ୍ ବଢିଆ, ଲିତୁ । ଏହି ଛୋଟ କବିତାରେ ତୁମ ସାହିତ୍ୟିକ ପ୍ରତିଭାର କିଛିମାତ୍ରାରେ ପରିପୃଷ୍ଟ ହେଇଚି । ଆଗକୁ ତୁମ ଲେଖା ଜାରୀ ରଖ ଏବଂ ଓଡ଼ିଆ ସାହିତ୍ୟ କୁ ଆହୁରି ସମୃଦ୍ଧ କର । ପ୍ରଭୁ ତୁମରି ଏହି ପ୍ରୟାସ ରେ ସହାୟ ହୁଅନ୍ତୁ ✍️
ବହୁତ ସୁନ୍ଦର କବିତା ଟିଏ ମନକୁ ଛୁଇଁ ଗଲା । ଲେଖି ଚାଲ ।ଅନେକ ଶୁଭେଚ୍ଛା ।