ଦିନେ କିଛି ସାମ୍ବାଦିକ ଓ ଫଟୋଗ୍ରାଫର ମିଶି ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମ ପରିଦର୍ଶନରେ ଯାଇଥିଲେ। ସେଠାରେ ଗାନ୍ଧିଜୀଙ୍କ ତିନି ମାଙ୍କଡଙ୍କୁ ସେମାନେ ଦେଖିଲେ। ଜଣେ ଆଖି ବନ୍ଦ କରି ରହିଥିଲା, ଦ୍ୱିତୀୟ ଜଣକ କାନ ଓ ତୃତୀୟ ଜଣକ ମୁହଁ ବନ୍ଦ କରି ରଖିଥିଲା। ପ୍ରଥମ ମାଙ୍କଡ଼ଟି ଖରାପ କଥା ଦେଖୁନଥିଲା, ଦ୍ୱିତୀୟଟି ଖରାପ କଥା ଶୁଣୁନଥିଲା ଓ ତୃତୀୟଟି ଖରାପ କଥା କହୁନଥିଲା। ସାମ୍ବାଦିକମାନେ ସେହି ମାଙ୍କଡ଼ମାନଙ୍କୁ କେନ୍ଦ୍ରକରି ଲେଖାମାନ ଲେଖିଲେ। ଫଟୋଗ୍ରାଫର ଫଟୋ ଉଠାଇଲେ। ଏହାପରେ ସେମାନେ ସମସ୍ତେ ଆଶ୍ରମରୁ ଚାଲିଗଲେ।
ସମସ୍ତେ ଚାଲିଯିବା ପରେ ଗାନ୍ଧିଜୀଙ୍କ ଚତୁର୍ଥ ମାଙ୍କଡ଼ ଆଶ୍ରମ ଭିତରକୁ ଆସିଲା। ସେ ପାଖ ଗାଁକୁ ଭାଷଣ ଦେବାକୁ ଯାଇଥିଲା। ସେ ଖରାପ ଦେଖୁଥିଲା, ଖରାପ ଶୁଣୁଥିଲା ଓ ଖରାପ କଥା କହୁଥିଲା। ଆଶ୍ରମରୁ ସାମ୍ବାଦିକ ଓ ଫଟୋଗ୍ରାଫରମାନେ ଚାଲିଯାଇଥିବା କଥା ଶୁଣି ଖୁବ୍ ଦୁଃଖ ପ୍ରକାଶ କଲା। ଅବିଳମ୍ବେ ସେ ଯାଇ ପହଞ୍ଚିଲା ଗାନ୍ଧିଜୀଙ୍କ ପାଖରେ। କହିଲା, “ବାପୁଜୀ, ମୁଁ ଶୁଣିଲି ଆଶ୍ରମକୁ କାଳେ ସାମ୍ବାଦିକ ଓ ଫଟୋଗ୍ରାଫରମାନେ ଆସିଥିଲେ। ଏଠିକାର ଖବର ସଂଗ୍ରହ କଲେ ଓ ଅନେକ ଫଟୋ ମଧ୍ୟ ଉଠାଇଲେ। ଆପଣ, ମୋତେ ଟିକେ ଆଗରୁ ଜଣାଇଲେ ନାହିଁ। ବାପୁ, ଏହା ନିଶ୍ଚିତ ଭାବେ ମୋ ପ୍ରତି ଅନ୍ୟାୟ ହୋଇଗଲା।”
ଗାନ୍ଧିଜୀ ଚରଖା ଚଳାଉ ଚଳାଉ କହିଲେ “ବାବା ଏତେ ବ୍ୟସ୍ତ ହେବାର କ’ଣ ଅଛି। ଦେଶ ଆଗେ ଟିକେ ସ୍ଵାଧୀନ ହୋଇଯାଉ, ତା’ପରେ ତ ତୋରି ପାଳି। ପତ୍ର ପତ୍ରିକାରେ ତୋରି ଖବର ବାହାରିବ, ତୋରି ଫଟୋ ଛପା ହେବ। ଏହି ତିନି ମାଙ୍କଡ଼ମାନଙ୍କ ଜୀବନରେ ଏଭଳି ମଉକା ତ ଥରେ ମାତ୍ର ଆସିଛି। କିନ୍ତୁ ଏହାପରେ ତୋ ଜୀବନରେ ଏଭଳି ମଉକା ବାରମ୍ବାର ଆସିବ।”
ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଯେ ଏବେ ଏଭଳି ଚତୁର୍ଥ ମାଙ୍କଡମାନଙ୍କର ସମୟ ଚାଲୁ ରହିଛି ।
Great. Nice translation. Congratulations Sir