ଓଡ଼ିଆ ଭାଷାକୁ ଭୟ

ଭାଷାକୁ କ’ଣ କିଏ ଭୟ କରେ? ନୂଆ ଅକ୍ଷର ଶିଖାଳି ଚାଟଶାଳୀର ପିଲାଏ ହୁଏତ ଭୟ କରୁଥାଇପାରନ୍ତି କିଛି ମାତ୍ରାରେ; କିନ୍ତୁ ଆମ ବୟସ୍କ ବିଚାରବନ୍ତମାନେ ମଧ୍ୟ ବିଚରା ଓଡ଼ିଆ ଭାଷାଟିକୁ ଏତେ ଭୟ କରିବାର କାରଣ କ’ଣ?
ଭୟ ନ ଥିଲେ, ଆଜି ଏକ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶ ଗଠିତ ହେବାର ୮୮ ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବରେ ଲାଗୁ ହେବା ପାଇଁ ଏତେ ପ୍ରତିବନ୍ଧକ ଦିଶି ନ ଥାଆନ୍ତା। ଭୟ ନ ଥିଲେ, ଜଣେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଦୀର୍ଘ ଚବିଶ ବର୍ଷ କାଳ ଆମ ରାଜ୍ୟର ଶାସନ ଡୋର ସମ୍ଭାଳିଥିଲେ ହେଁ ଓଡ଼ିଆ ଭାଷା ନ ଶିଖି ରହିପାରି ନ ଥାଆନ୍ତେ। ଭୟ ନ ଥିଲେ, ସୁଭାଷ ପଟ୍ଟନାୟକଙ୍କ ଭଳି ଜଣେ ବର୍ଷୀୟାନ ଭାଷା-ଯୋଦ୍ଧାଙ୍କ ନେତୃତ୍ୱରେ ଚାଲିଥିବା ଓଡ଼ିଆ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ପୂର୍ବ ସରକାରର କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ ସରକାରୀ ରାଜକୋଷରୁ ବିପୁଳ ଅର୍ଥଶ୍ରାଦ୍ଧ କରି ସେହି ଆନ୍ଦୋଳନର କିଛି ସକ୍ରିୟ କର୍ମୀଙ୍କୁ ହାତବାରିସୀ କରି ନ ଥାଆନ୍ତେ। ଭୟ ଥିଲା, କାଳେ ସେହି ଆନ୍ଦୋଳନ ଏକ ବିଶାଳ ରୂପ ନେଇ ରାଜ୍ୟର ସରକାରୀ ତନ୍ତ୍ରରେ ଓଡ଼ିଆ ଭାଷା ଲାଗୁ କରିବାକୁ ସରକାରଙ୍କୁ ବାଧ୍ୟ କରିବ। ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ପ୍ରଣୀତ ‘ଦାନାର ତୋବଡ଼ା’ ପୁସ୍ତକରୁ ଏମିତି ଏକ ଅପଚେଷ୍ଟାର ବୃତ୍ତାନ୍ତ ମିଳେ।
ଆମ ରାଜ୍ୟର ଇତିହାସକୁ ଦେଖିଲେ ମଧ୍ୟ ଜଣାଯାଏ ଯେ ୧୯୫୨ରେ ଯେତେବେଳେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ ସେ ଗୋଟିଏ ଭାଷା ଆଇନର ଚିଠା ପ୍ରଣୟନ ପାଇଁ ତତ୍କାଳୀନ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେ ମହାଶୟ ଏହା ପ୍ରସ୍ତୁତ କଲେ ନାହିଁ। କାରଣ ସେତେବେଳେ ଅମଲାତନ୍ତ୍ରର ଉଚ୍ଚ ଅଧିକାରୀମାନେ ଭୟ କରୁଥିଲେ ଯେ ସେମାନେ ଓଡ଼ିଆ ଭାଷାରେ କାମ କରିପାରିବେ ନାହିଁ। ଏମାନଙ୍କ ଦାଉରେ ତଥା ଅନ୍ୟାନ୍ୟ କେତେକ କାରଣରୁ ଅତିଷ୍ଠ ହୋଇ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ଇସ୍ତଫା ଦେଇଦେଲେ; କିନ୍ତୁ ତାହା ପୂର୍ବରୁ କୌଣସିମତେ ଭାଷା ଆଇନଟିଏ ଅନୁମୋଦିତ କରାଇନେଲେ। ଅଥଚ ପରବର୍ତ୍ତୀ ସମୟରେ… >ଆଗକୁ ପଢନ୍ତୁ >

Leave a Reply

Your email address will not be published. Required fields are marked *