ଗୀତ ଟିଏ ଲେଖିବାକୁ
ଭାବିଛି ଯେବେ ମୁଁ
ଗୀତ ଟିଏ ଲେଖିବାକୁ,
କେବେ କେବେ ଅଜାଣତେ
ଜାଣି ଜାଣି କେବେ ସତେ
ବାଧ୍ୟ ହୁଏ ପୁଣି
ତମ କଥା ଭାବିବାକୁ।।୦।।
ମନେପଡେ ସେଦିନ ର
ଅଭୁଲା ମିଠା ସପନ
ମନେପଡେ ତମର ସେ
ମିଛ ମିଛ ଅଭିମାନ
ଭାବି ଭାବି ଆଖି ବୁଜେ
ଖୋଜି ଖୋଜି ମନ ହଜେ
ଫେରି ଆସେ ପୁଣି
ପଦ ଟିଏ ଯୋଡିବାକୁ….
ଭାବିଛି ………..…।।୧।।
ଫଗୁଣ ର ଅବିର ରେ
ଲେଖିଥିଲି ଯେତେ ଚିଠି
ଶ୍ରାବଣ ର ଲୁହ ଧାରେ
ଆଜି ସବୁ ଭିଜା ସ୍ମୃତି
ଫିକା ଫିକା ଅତୀତ ରେ
ଅଙ୍କା ବଙ୍କା ନଦୀ ତୀରେ
ସ୍ୱପ୍ନ କେତେ ପୁଣି
ବୁଣିହୁଏ ବଞ୍ଚିବାକୁ……..
ଭାବିଛି……………..।।୨।।
Go ahead …..very beautiful write up
ବଞ୍ଚିବାର ସ୍ଵପ୍ନରେ ଆନନ୍ଦ ଥାଏ , ହେଲେ ବାସ୍ତବତାକୁ ଆପଣେଇବାକୁ ହୁଏ ବଞ୍ଚିବା ପାଇଁ । ନମସ୍କାର