ଓଡିଆ ଉପନ୍ୟାସ ଧାରାରେ ବୈଷ୍ଣବଚରଣ ଦାସଙ୍କ ‘ମନେ ମନେ'(୧୯୨୬)କୁ ପ୍ରଥମ ଚେତନାପ୍ରବାହ ଉପନ୍ୟାସ ଭାବେ ପରିଗଣିତ କରାଯାଏ। ପରେପରେ ମଲାଜହ୍ନ, ମନର ଭୂତ, ପ୍ରତିହିଂସା, ମରୁର ଷଠି, ଭୁଲ, ଜିଅନ୍ତା ମଣିଷ, ଜଳନ୍ତା ନିଆଁ, ଜୁଆର ଭଟ୍ଟା, ଜୀବନ ମରଣ, ସହର ମଫସଲ, ଶାସ୍ତି, ଝଞ୍ଜା, ମନ ମନ୍ଥନ, ନର କିନ୍ନର, ଶତାବ୍ଦୀର ନଚିକେତା, ମୃଗତୃଷ୍ଣା, ନେପଥ୍ୟେ, କେଶବତୀ କନ୍ୟା, ଚହଲା ପାଣିର ଢେଉ, ସୁଢଙ୍ଗ ଶେଷରେ ସୂର୍ୟୋଦୟ, ଧରା ଓ ଧାରା, ତାମସୀ ରାଧା, ନେତି ଓ ନେତି, ହଂସଗୀତି, ମନ ଅନ୍ତରାଳେ, ମନ ମୟୁରୀ, ସ୍ମୃତି ମନ୍ଥନ, ଏମନ ସେମନ, ଅନନ୍ତିକା, ଅନ୍ଧାର ଘରେ,କାନ୍ତରା ବାବୁ, ପତିତାର ଆତ୍ମକଥା, ଦେହାତୀତ, ଅସୂର୍ୟ ଉପନିବେଶ, ଅନ୍ଧମୁହାଣୀ, ଖେଳ, ପାପ ପରି ନିଜର, ବଢିପାଣିର ଦାନ୍ତ, ଅସୁର, ଲୟ ବିଲୟ, ସାତୋଟି ଦିନର ସତୀ ଓ ଢେଉ ଢେଉକା ଆଦି ଉପନ୍ୟାସରେ ଏହି ଧାରା ଦେଖିବାକୁ ମିଳେ।