debashis

Forum Replies Created

Viewing 7 posts - 1 through 7 (of 7 total)
  • Author
    Posts
  • debashis
    Participant

    ଦିନ ଥିଲା ଲୋକମାନେ ଗୀତିଧର୍ମୀ ଛନ୍ଦୋବଦ୍ଧ କବିତା ରଚନା କରୁଥିଲେ। ଆଧୁନିକ କବିତା ଲେଖା ହେବା ପରେ ଗଦ୍ୟ କବିତା ଲେଖିବା ଆରମ୍ଭ କଲେ। ବର୍ତମାନ ଲୋକମାନେ ପୁନଃ ସେଇ ପୁରୁଣା ଶୈଳୀରେ ଚଉପଦୀ, ଚଉତିଶା, କୋଇଲି, ଜଣାଣ ଆଦି ଗୀତି କବିତା ମାନ ରଚନା କଲେଣି। ଯାହା ପାଠକମାନଙ୍କ ମନକୁ ଆନନ୍ଦ ପ୍ରଦାନ କରିପାରୁଛି।

    in reply to: ଚେତନା ପ୍ରବାହ #13309
    debashis
    Participant

    ଓଡିଆ ଉପନ୍ୟାସ ଧାରାରେ ବୈଷ୍ଣବଚରଣ ଦାସଙ୍କ ‘ମନେ ମନେ'(୧୯୨୬)କୁ ପ୍ରଥମ ଚେତନାପ୍ରବାହ ଉପନ୍ୟାସ ଭାବେ ପରିଗଣିତ କରାଯାଏ। ପରେପରେ ମଲାଜହ୍ନ, ମନର ଭୂତ, ପ୍ରତିହିଂସା, ମରୁର ଷଠି, ଭୁଲ, ଜିଅନ୍ତା ମଣିଷ, ଜଳନ୍ତା ନିଆଁ, ଜୁଆର ଭଟ୍ଟା, ଜୀବନ ମରଣ, ସହର ମଫସଲ, ଶାସ୍ତି, ଝଞ୍ଜା, ମନ ମନ୍ଥନ, ନର କିନ୍ନର, ଶତାବ୍ଦୀର ନଚିକେତା, ମୃଗତୃଷ୍ଣା, ନେପଥ୍ୟେ, କେଶବତୀ କନ୍ୟା, ଚହଲା ପାଣିର ଢେଉ, ସୁଢଙ୍ଗ ଶେଷରେ ସୂର୍ୟୋଦୟ, ଧରା ଓ ଧାରା, ତାମସୀ ରାଧା, ନେତି ଓ ନେତି, ହଂସଗୀତି, ମନ ଅନ୍ତରାଳେ, ମନ ମୟୁରୀ, ସ୍ମୃତି ମନ୍ଥନ, ଏମନ ସେମନ, ଅନନ୍ତିକା, ଅନ୍ଧାର ଘରେ,କାନ୍ତରା ବାବୁ, ପତିତାର ଆତ୍ମକଥା, ଦେହାତୀତ, ଅସୂର୍ୟ ଉପନିବେଶ, ଅନ୍ଧମୁହାଣୀ, ଖେଳ, ପାପ ପରି ନିଜର, ବଢିପାଣିର ଦାନ୍ତ, ଅସୁର, ଲୟ ବିଲୟ, ସାତୋଟି ଦିନର ସତୀ ଓ ଢେଉ ଢେଉକା ଆଦି ଉପନ୍ୟାସରେ ଏହି ଧାରା ଦେଖିବାକୁ ମିଳେ।

    in reply to: ନାରୀ ନାଟ୍ୟକାର #11523
    debashis
    Participant

    ସଫଳ ନାରୀ ନାଟ୍ୟକାର ଭାବେ ଆମେ ପ୍ରଥମ ପର୍ଯ୍ୟାୟରେ ସୀତାଦେବୀ ଖାଡଙ୍ଗା ଏବଂ ସରଳା ଦେବୀଙ୍କୁ ପାଇବା।
    ସୀତାଦେବୀ ପ୍ରଥମେ ନିଜ ସ୍ଵାମୀଙ୍କ ସହ ବ୍ରହ୍ମପୁରରେ ଏକ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ପରେ ପରେ ସେ ରଚନା କରିଥିଲେ ସହୋଦର, ନାରୀ, ପୋଷ୍ୟପୁତ୍ର, ନୈଷ୍ଠିକ, ନିଷ୍ପତି, ପ୍ରାଚୀନପନ୍ଥୀ, କ୍ଷୁଧାରପୀଡ଼ା, ମତୃହୀନା, ଶକୁନ୍ତଳା, ହରିଶ୍ଚନ୍ଦ୍ର ଓ ସୀତା ନିର୍ବାସନ ଭଳି ନାଟକ ମାନ।
    ସେହିପରି ସରଳା ଦେବୀ ମଧ୍ୟ ସୁରସୁନ୍ଦରୀ, ପ୍ରେମମହିମା, ପୂର୍ବରାଗ, ତରଣୀସେନ୍, ମାଳତୀମାଧବ, କରମାବାଈ, ଜନାବାଈ, ତୁଳସୀଦାସ, ମିଳନବଂଶୀ ଓ ଥୁଣ୍ଟାଜଗନ୍ନାଥ। ଏହାସହ କାଳିଦାସଙ୍କ ‘ମାଳବିକାଗ୍ନିମିତ୍ରମ୍’, ଭାସଙ୍କ ‘ସ୍ବପ୍ନବାସବଦତ୍ତା’ କୁ ଅନୁବାଦ କରିଥିଲେ।

    debashis
    Participant

    ତେବେ ଆମେ କାହା ସହ କାହାକୁ ତୁଳନା କରିପାରିବା ?

    debashis
    Participant

    ହଁ, ଓଡିଆ ଭାଷା ହଜିଯାଉଛି ଅନ୍ୟ ଭାଷା ମାନଙ୍କର ଭିଡ ଫଳରେ। ଆମେ ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଶବ୍ଦ ଇଂରାଜୀ ବା ଇଂରାଜୀ ପ୍ରଭାବିତ। ଲେଖିଲାବେଳେ ମଧ୍ୟ ଆମେ ଓଡିଆ ଶବ୍ଦ ବ୍ୟବହାର ନକରି ପ୍ରାୟତଃ ଇଂରାଜୀ ବା ହିନ୍ଦୀ ଶବ୍ଦ ବ୍ୟବହାର କରୁଛେ। ଯାହା ଫଳରେ ଆମ ଓଡିଆ ଭାଷା ଧୀରେଧୀରେ ମରିଯାଉଛି। ଆମେ ଯଦି ଶପଥ ନେବା କି ଓଡିଆରେ ପଢିବା, ଓଡିଆରେ କହିବା, ଓଡିଆରେ ଲେଖିବା,ଏବଂ ଇଂରାଜୀ ଶବ୍ଦକୁ ଅତିଆବଶ୍ୟକ ସମୟରେ ବ୍ୟବହାର କରି ଆଉସବୁବେଳେ ଓଡିଆ ଭାଷାକୁ ବ୍ୟବହାର କଲେ ଓଡିଆ ଭାଷାର ନିଶ୍ଚିନ୍ତ ଉନ୍ନତି ହୋଇପାରିବ।

    debashis
    Participant

    ଭଗବତ ଓଡିଆ ଜାତିର ପ୍ରାଣକେନ୍ଦ୍ର| ସାକ୍ଷରତା ବଢେଇବାରେ ଭାଗବତର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ|

    debashis
    Participant

    ଶିଶୁଲେଖାର ନୂତନ ସଂଖ୍ୟା ଦୀର୍ଘଦିନ ହେଲା ବଜାରରେ ଦେଖିବାକୁ ପାଉନୁ , କେବେ ପ୍ରକାଶ ପାଇବ?

Viewing 7 posts - 1 through 7 (of 7 total)