Gopabandhu

Forum Replies Created

Viewing 10 posts - 1 through 10 (of 10 total)
  • Author
    Posts
  • Gopabandhu
    Participant

    ବର୍ତ୍ତମାନର ସମୟରେ ଆଉ କେହି ବହୁତ ଲମ୍ବା କାହାଣୀ ପଢିବାକୁ କେହି ପସନ୍ଦ କରୁନାହାନ୍ତି। ଗଳ୍ପ ଗୁଡିକରେ ଚରିତ୍ର ବେଶୀ ଥିଲେ ମଧ୍ୟ ବିମୁଖ ହେଉଛନ୍ତି ପାଠକ। ତେଣୁ, ଗଳ୍ପ ଗୁଡିକରେ ସ୍ୱଳ୍ପ ସଂଖ୍ୟକ ଚରିତ୍ର, କମ କାହାଣୀ, କମ ବର୍ଣ୍ଣନା କଲେ ପାଠକ ଆଗ୍ରହର ସହକାରେ ପଢିପାରିବ। ବର୍ତ୍ତମାନ ତ ମିନିଗଳ୍ପ, ଅଣୁଗଳ୍ପ ଆଦିକୁ ପ୍ରାଧାନ୍ୟ ଦିଆଗଲାଣି। ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଆଗଲେ ନିଶ୍ଚିତ ଗଳ୍ପ ସାହିତ୍ୟର ପରିସର ପରିମାର୍ଜିତ ଅବଂ ପରିବର୍ଦ୍ଧିତ ହୋଇପାରିବ।

    in reply to: ଚେତନା ପ୍ରବାହ #13538
    Gopabandhu
    Participant

    ଚେତନା ପ୍ରବାହ ଏବଂ ମନସ୍ତାତ୍ଵିକ ଧାରା ମଧ୍ୟରେ ଫରକ କଣ? ଯଦିଓ ଦୁଇଟି ଶୁଣିବାକୁ ବୁଝିବାକୁ ଏକାଭଳି।

    Gopabandhu
    Participant

    ପୂର୍ବରୁ ଯଦିଓ କିଛି ସାହିତ୍ୟ ରଚନା ହୋଇଥିଲା, ତଥାପି ଓଡିଆ ଭଗବତ ଘରେ ଘରେ ଆଦୃତ ହୋଇପାରିଲା। ଏହାର କାରଣ ହେଉଛି ଶୁଦ୍ଧ, ମାର୍ଜିତ, ମାନକ ଓଡିଆ ଭାଷାର ବ୍ୟବହାର। ଏହି ଭଗବତ ପାଇଁ ଓଡ଼ିଶାର ସାକ୍ଷରତା ହାର ଢେର ବଢି ଯାଇଥିଲା।

    in reply to: କେତେଜଣ ବନମାଳୀ ଦାସ? #12513
    Gopabandhu
    Participant

    ଆମେ ଯେଉଁ ବନାମାଳୀଙ୍କୁ ଜାଣିଛୁ ସେ ପଦବଳୀର ରଚୟିତା। ଏହାସହ ଶ୍ରୀରାମ ଚମ୍ପୁ ମଧ୍ୟ ରଚନା କରିଥିଲେ।

    in reply to: କେତେଜଣ ବନମାଳୀ ଦାସ? #12512
    Gopabandhu
    Participant

    ଆଲୋଚକ ନୀଳମଣି ମିଶ୍ରଙ୍କ ମତରେ ପାଞ୍ଚଜଣ ବନମାଳୀ ରହିଛନ୍ତି। ରାସ ପ୍ରଣେତା, ପଦାବଳୀ ରଚୟିତା, ସୁଚିତ୍ର ରାମାୟଣ ପ୍ରଣେତା, ବାର୍ଷିକ ରାସ ପ୍ରଣେତା, ରାଧିକା ବୋଲି ଓ ଉଦ୍ଧବ ଚଉତିଶାର ରଚୟିତା ବନାମାଳୀଙ୍କ ସନ୍ଧାନ ମିଳେ। ପୁଣି ବନମାଳୀ ସାମନ୍ତରାୟ ବାର୍ଷିକ ରସ ରଚନା କରିଥିବାବେଳେ ଦ୍ଵିଜ ବନମାଳୀ ରାଧିକା ବୋଲି ଏବଂ ଉଦ୍ଧବ ଚଉତିଶା ରଚନା କରିଥିଲେ।

    in reply to: ନାରୀ ନାଟ୍ୟକାର #11857
    Gopabandhu
    Participant

    ବୀଣାପାଣି ମହାନ୍ତି ମଧ୍ୟ ଅନେକ ଗଳ୍ପର ନାଟ୍ୟ ରୂପ ଦେଇଛନ୍ତି। ପାଠକୋଇଲି,ଅଦ୍ଵିତୀୟ ଗଳ୍ପ ଦ୍ଵୟର ନାଟ୍ୟ ରୂପାନ୍ତର ହୋଇଥିଲା। ଅନ୍ଧକାରର ଛାଇ ଗଳ୍ପ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ବାରା ନାଟ୍ୟ ରୂପ ପ୍ରଦାନ କରାଯାଇଥିଲା। ମନୋରମା ମହାପାତ୍ରଙ୍କ ବଳଘରର କବାଟ ଏବଂ ନିକିତି ଗଳ୍ପର ନାଟ୍ୟ ରୂପ ପ୍ରଦାନ କରାଯାଇ ଆକାଶବାଣୀରେ ପ୍ରସାରିତ କରାଯାଇଥିଲା। ସୁଧାଂଶୁବାଳା ପଣ୍ଡା ରଚନା କରିଛନ୍ତି ବକୁଳବନର ରାଧା, ଯେ ଆଛୁଆଁ ଛୁଇଁ ଦେଲା ଇତ୍ୟାଦି ରଚନା କରିଛନ୍ତି। ଅର୍ଚ୍ଚନା ନାୟକ ରଚନା କରିଛନ୍ତି ଅଚିହ୍ନା ଆକାଶ, ନୀଳପରୀ ଓ ଅନ୍ୟାନ୍ୟ ଏକାଙ୍କିକା, ଯକ୍ଷିଣୀସମ୍ବାଦ ଆଦି ଏକାଙ୍କିକା, ପ୍ରେମ ଓ ମୃତ୍ଯୁ, ଶର୍ମିଷ୍ଠା, ଅମ୍ବାପଲ୍ଲୀ, ପ୍ରତିମୂର୍ତ୍ତିର ଆତ୍ମକଥା, କାବ୍ୟନାୟିକା ଆଦି ନାଟକ ରଚନା କରିଛନ୍ତି। କାନ୍ତିଲତା ଦାଶ ରଚନା କରିଛନ୍ତି ଲକ୍ଷ୍ମୀପୂଜା ଶୀର୍ଷକ ଗୀତିନାଟ୍ୟ, ପାଦୁକା ପୂଜା, ଶଙ୍କର ପାର୍ବତୀପୂଜା, ଷଷ୍ଠୀ ପୂଜା, ବ୍ରହ୍ମର୍ଷି, ପ୍ରଣୟପୂଜା, ସୁନାହରିଣ ଆଦି ନାଟକର ମଧ୍ୟ ରଚୟିତା।

    Gopabandhu
    Participant

    ଗଦ୍ୟ ଛନ୍ଦରେ ଏତେ ମାତ୍ରାରେ କବିତା ଲେଖା ଯାଉଛି ଯେ ଛାନ୍ଦୋବଦ୍ଧ କବିତା ତାର ତୁଳନାରେ କମ ପଡ଼ିଯାଉଛି। ମାତ୍ର ଛାନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଳବତ୍ତର ରହିଛି।

    Gopabandhu
    Participant

    କେବଳ ସାହିତ୍ୟ ସହ ସାହିତ୍ୟ ନୁହେଁ; ଆମେ ବିଜ୍ଞାନ, କଳା, ସଂସ୍କୃତି, ଇତିହାସ, ସମାଜଶାସ୍ତ୍ର, ଚିତ୍ର, ଭୂତତ୍ଵ, ନୃତତ୍ତ୍ୱ, ପୂରାତତ୍ତ୍ଵ, ଦର୍ଶନ, ଧର୍ମ ସହ ମଧ୍ୟ ତୁଳନା କରିପାରିବା। ଏଥିପାଇଁ ତ ତୁଳନାତ୍ମକ ସାହିତ୍ୟକୁ ବନ୍ଧନୀମୁକ୍ତ ସାହିତ୍ୟ (Literature without borders) କୁହାଯାଏ। ଏହା ମଧ୍ୟ ଆନ୍ତଃ ସାଂସ୍କୃତିକ ଓ ବହୁଦେଶୀୟ (intercultural and transnational) ଅଧ୍ୟୟନ ପଦ୍ଧତି।

    Gopabandhu
    Participant

    ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ତୁଳନାତ୍ମକ ସାହିତ୍ୟ ଇଉରୋପରେ ଆରମ୍ଭ ହୋଇଥିଲା। ନିଜ ଭାଷାରେ ରଚିତ ପ୍ରାଚୀନ ସାହିତ୍ୟ ସହ ଆଧୁନିକ ସାହିତ୍ୟର ଗଠନ ରୀତି, ପ୍ରକରଣରେ ନୂତନତା ପ୍ରଦର୍ଶନ କରିବା ଏହି ତୁଳନାତ୍ମକ ଦୃଷ୍ଟିର ଲକ୍ଷ୍ୟ ଥିଲା। ଏହି ଶତାବ୍ଦୀରେ ବିଜ୍ଞାନ ଦୃଷ୍ଟିର ପ୍ରସାର ହେତୁ ପ୍ରତ୍ୟେକ ଘଟଣା ସର୍ଜନଶୀଳତାକୁ ତର୍କ ମାଧ୍ୟମରେ ଗ୍ରହଣ କରିବାକୁ ପ୍ରୟାସ ହେଲା।

    Gopabandhu
    Participant

    ସ୍ବପ୍ନ-ଭଙ୍ଗ। ସ୍ୱାଧୀନତା ପୂର୍ବରୁ ଯେଉଁ ସବୁ ସ୍ବପ୍ନ ଦେଖେଇ ସ୍ଵାଧୀନତା ମିଳିଲା, ତାହା ବାସ୍ତବରେ ସତ ହେଲାନାହିଁ। ଇଂରେଜ ମାନଙ୍କ ଠାରୁ ଅଧିକ ଅତ୍ୟାଚାରିତ ହେବାକୁ ଲାଗିଲେ ସାଧାରଣ ଲୋକେ। ଶୋଷିତ ମାନେ ଅଧିକରୁ ଅଧିକ ଶୋଷଣ କଲେ। ଉଚ୍ଚ ନୀଚ, ଧନୀ ଗରିବ ଭେଦଭାବ ରହିଲା। ଦେଶ ସ୍ବାଧୀନ ହେଲା ସିନା ଲୋକେ ସ୍ଵାଧୀନ ହୋଇପାରିଲେ ନାହିଁ। କିଛି ଲେଖାରେ ମଧ୍ୟ ଆମେ ଏମରର୍ଜେନ୍ସି କଥା ଦେଖିବାକୁ ମିଳେ। ସେଇ ସମୟର କଳା କଥା ଗୁଡ଼ିକ ମଧ୍ୟ ସାହିତ୍ୟରେ ବର୍ଣ୍ଣିତ ହୋଇଛି।

Viewing 10 posts - 1 through 10 (of 10 total)