Online Odia Literary Magazine
‘ପଞ୍ଜିକରଣ’ଶବ୍ଦରୁ ‘ପାଞ୍ଜି’ର ସୃଷ୍ଟି। ଏଥିରେ ତିନି ପ୍ରକାର ଘଟଣା ପଞ୍ଜିକୃତ ବା ଲିପିବଦ୍ଧ ହୋଇଥାଏ। ଯଥା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ତେଣୁ ଯେଉଁ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି କିଛି ହିଁ ନାହିଁ, ତାହା ପାଇଁ କୁହାଯାଏ ଯେ ‘ତିନି ପାଞ୍ଜିରୁ ଗଲା’।
ଶେଷରେ ଚାଲିଗଲେ ପ୍ରଜ୍ଞା ପଥର ଯାତ୍ରୀ। ତାଙ୍କ ଅବର୍ତ୍ତମାନରେ ହଜି ଯାଇଛି ଭାଷା।
ସାହିତ୍ୟର ଉନ୍ମେଷ କାବ୍ୟରୁ ହିଁ ହୋଇଛି। ଏହା ଆମେ ଭୁଲିଯିବା ଉଚିତ ନୁହେଁ। ଅବଶ୍ୟ ସାହିତ୍ୟର ସମସ୍ତ ବିଭାଗର ସମ ପରିମାଣରେ ବିକାଶ ଆବଶ୍ୟକ।
ସମ୍ପାଦକ
ଆପଣମାନଙ୍କ ଆଗ୍ରହ କ୍ରମେ ଆଜିଠାରୁ ଆମ ଇ-ପତ୍ରିକାରେ ଆରମ୍ଭ ହେଲା ଅନୁବାଦ ବିଭାଗ। ଏହି ବିଭାଗର ପ୍ରଥମ ଗଳ୍ପଟି ଏହି ଲିଂକ୍ ରେ ପଢ଼ିପାରିବେ। https://www.sahityacharcha.com/2020/11/18/lupta-aranya/
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ। ଅନୁବାଦ ସାହିତ୍ୟ ପାଇଁ ବିଭାଗଟିଏ ରଖିବା ପ୍ରସ୍ତାବ ଆମ ମନରେ ମଧ୍ୟ ଅଛି। ଉପଯୁକ୍ତ ଲେଖା ପାଇଲେ ଏହା ଯଥା ଶୀଘ୍ର ସମ୍ପାଦିତ ହେବ। -ସମ୍ପାଦକ